ଖାଦ୍ୟ କିଣି ସାରିବା ପରେ ମହିଳାଙ୍କୁ ଟଙ୍କା ମାଗିଲେ ଦୋକାନୀ, ଉତ୍ତର ମିଳିଲା; ଏହାକୁ ଭଗବାନଙ୍କ ଉପରେ ଛାଡ଼ିଦିଅ, ତା’ ପରେ…..

ନୂଆଦିଲ୍ଲୀ : ଅନେକ ସମୟରେ ହୋଟେଲ ବା ରେସ୍ତୋରାଁରୁ ଖାଦ୍ୟ ଚୋରି ହେବାର ଦୃଶ୍ୟ ଦେଖିବାକୁ ମିଳିଥାଏ । କିଛି ଲୋକ ଖାଦ୍ୟ ଚୋରି କରିଥାନ୍ତି ତ କିଛି ଖାଦ୍ୟ କିଣି ଟଙ୍କା ନ ଦେବାର ବିଭିନ୍ନ ବାହାନା ତିଆରି କରିଥାନ୍ତି । ଅନେକ ସମୟରେ ଲୋକେ ନିଜ ଖାଦ୍ୟରେ ନିଜର କେଶ ପକାଇ ଝଗଡ଼ା କରିବା ସହ ଟଙ୍କା ନ ଦେଇ ସେଠାରୁ ଚାଲି ଆସିଥାନ୍ତି । ଏଭଳି ଦୃଶ୍ୟ କିଛି ନୂଆ ନୁହେଁ । କିନ୍ତୁ ଆମେରିକାରେ ଜଣେ ମହିଳା ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ଜଣେ ମହିଳା ସୋନିକ୍‌କୁ ଯାଇ ଖାଇବା ଅର୍ଡର କରିଥିଲେ । ଖାଦ୍ୟ ପ୍ୟାକ୍‌ କରାଯାଇ ଦିଆଯିବା ପରେ ମହିଳାଙ୍କୁ ଟଙ୍କା ମାଗିଥିଲେ ଦୋକାନୀ । ଦୋକାନୀଙ୍କ ଏଭଳି କଥା ଶୁଣି, ଏହାକୁ ଭଗବାନଙ୍କ ଉପରେ ଛାଡ଼ିଦିଅ ବୋଲି କହିଥିଲେ ମହିଳା । ମହିଳାଙ୍କଠାରୁ ଏଭଳି ଶୁଣି ସେ ମଜା କରୁଥିବା ଭାବି ଏଠାରେ ସେ ସବୁ ଚାଲେ ନାହିଁ । ଆପଣଙ୍କୁ ଟଙ୍କା ଦେବାକୁ ହେବ ବୋଲି କହିଥିଲେ ଦୋକାନୀ । କିନ୍ତୁ ମହିଳାଜଣଙ୍କ ପୁଣି ସେହି କଥା କହି ସେଠାରୁ ଚାଲି ଆସିଥିଲେ । ଦୋକାନୀଜଣଙ୍କ ତୁରନ୍ତ ପୁଲିସକୁ ଏ ନେଇ ଜଣାଇବା ପରେ ପୁଲିସ ମହିଳାଙ୍କ ସନ୍ଧାନରେ ଲାଗି ପଡ଼ିଥିଲା ।

indiatimes.com

କିଛି ସମୟ ପରେ ମହିଳାଜଣଙ୍କ ଏକ ପାର୍କରେ ବସି ନେଇଥିବା ଖାଦ୍ୟ ଖାଉଥିବା ଦେଖି ପୁଲିସ ତାଙ୍କୁ ଏପରି କରିବାର କାରଣ ପଚାରିଥିଲା । ଯାହାର ଉତ୍ତରରେ ମୁଁ ଜାଣିଛି, ଯାହା ମୁଁ କରିଛି ତାହା ଭୁଲ । କିନ୍ତୁ ମୋତେ ଜୋରରେ ଭୋକ ଲାଗୁଥିବାରୁ ମୁଁ ଏପରି କରିଥିଲି ବୋଲି ପୁଲିସକୁ ଜଣାଇଥିଲେ ମହିଳା । ଯାହା ପରେ ମହିଳାଙ୍କ ଆର୍ଥିକ ଅବସ୍ଥା ଦେଖି ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର