ଢାକା: ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ (ଚିନ୍ମୟ ଦାସ)ଙ୍କୁ ଗିରଫ କରାଯାଇଥିବା ନେଇ ବାଂଲାଦେଶରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ ସେ ବାଂଲାଦେଶରେ ହେଉଥିବା ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ କ୍ରମାଗତ ଭାବେ ବିରୋଧ କରି ଆସୁଛନ୍ତି ଏବଂ ନିକଟରେ ସେ ଦେଶରେ ହିନ୍ଦୁଙ୍କ ସମର୍ଥନରେ ଏକ ରାଲି କରିଥିଲେ।
ସୂଚନାଯୋଗ୍ୟ, ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନେ ଗତ କିଛିମାସ ହେଲା ଆକ୍ରମଣର ଶିକାର ହେଉଛନ୍ତି। ଛାତ୍ର ଆନ୍ଦୋଳନ ସମୟରେ ହିନ୍ଦୁ ଏବଂ ସେମାନଙ୍କ ଧର୍ମସ୍ଥଳୀକୁ ଟାର୍ଗେଟ କରାଯାଇଥିଲା ଏବଂ ବାଂଲାଦେଶର ମେହେରପୁରର ଖୁଲନାରେ ଅବସ୍ଥିତ ଇସ୍କନ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ସେଠାରେ ଶେଖ୍ ହସିନାଙ୍କ ସରକାର ପତନ ପରଠାରୁ ନିୟମିତଭାବେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ହୋଇଚାଲିଛି ।
ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନେ ଗତ କିଛିମାସ ହେଲା ଆକ୍ରମଣର ଶିକାର ହେଉଛନ୍ତି। ଛାତ୍ର ଆନ୍ଦୋଳନ ସମୟରେ ହିନ୍ଦୁ ଏବଂ ସେମାନଙ୍କ ଧର୍ମସ୍ଥଳୀକୁ ଟାର୍ଗେଟ କରାଯାଇଥିଲା ଏବଂ ବାଂଲାଦେଶର ମେହେରପୁରର ଖୁଲନାରେ ଅବସ୍ଥିତ ଇସ୍କନ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ସେଠାରେ ଶେଖ୍ ହସିନାଙ୍କ ସରକାର ପତନ ପରଠାରୁ ନିୟମିତଭାବେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ହୋଇଚାଲିଛି ।
ଏହା ପୂର୍ବରୁ ହିନ୍ଦୁ ମନ୍ଦିର ଗୁଡ଼ିକର ସୁରକ୍ଷାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ ଚିନ୍ମୟ ଦାସ । ସେ କହିଥିଲେ, ଚିଟଗୋଙ୍ଗର ତିନୋଟି ମନ୍ଦିର ବିପଦରେ ଅଛି, କିନ୍ତୁ ହିନ୍ଦୁ ସମ୍ପ୍ରଦାୟ ମୁସଲମାନ ସମ୍ପ୍ରଦାୟର କିଛି ସଦସ୍ୟଙ୍କ ସହାୟତାରେ ଏପର୍ଯ୍ୟନ୍ତ ସେମାନଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଚିନ୍ମୟ କହିଥିଲେ, ଅନେକ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ପଶ୍ଚିମବଙ୍ଗ ଓ ତ୍ରିପୁରା ଦେଇ ଭାରତକୁ ପଳାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)