ବାଂଲାଦେଶରେ ହିନ୍ଦୁ ମନ୍ଦିର ଭଙ୍ଗାଯାଇଥିବା ସମସ୍ତେ ଦେଖିଛନ୍ତି : ଇସ୍କନ

ବାଂଲାଦେଶୀ ମନ୍ତ୍ରୀଙ୍କ ବୟାନକୁ ନେଇ ଇସ୍କନର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ବାଂଲାଦେଶରେ ହୋଇଥିବା ହିନ୍ଦୁ ବିରୋଧୀ ହିଂସା ବିରୋଧରେ ସମଗ୍ର ବିଶ୍ବରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ କୌଣସି ମନ୍ଦିର ଭଙ୍ଗାଯାଇନାହିଁ, କାହାକୁ ଦୁଷ୍କର୍ମ କରାଯାଇନାହିଁ ବୋଲି ବାଂଲାଦେଶର ଗୃହମନ୍ତ୍ରୀ ଏକେ ଅବଦୁଲ ମୋମେନ କହିଛନ୍ତି । ମୋମେନଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛି ଇସ୍କନ । ଇସ୍କନର ମୁଖପାତ୍ର ବେଣୀ ବିଜୟ ଦାସ ବାଂଲାଦେଶରେ ମନ୍ଦିର ଭଙ୍ଗାଯାଇଥିଲା ଓ ସମସ୍ତେ ଏହାକୁ ଦେଖିଛନ୍ତି ।

ଅନ୍ୟପକ୍ଷରେ ବାଂଲାଦେଶ ହିଂସା ବିରୋଧରେ ମୁହଁ ଖୋଲିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) । ବାଂଲାଦେଶରୁ ସଂଖ୍ୟାଲଘୁମାନଙ୍କ ମୂଳୋତ୍ପାଟନ କରିବାକୁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସଂଘ କହିଛି । ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାରଙ୍କୁ କହିବାକୁ ସଂଘ ଭାରତ ସରକାରଙ୍କୁ ନିବେଦନ କରିଛି ।

ସଂଘର ଯୁଗ୍ମ ମହାସଚିବ ଅରୁଣ କୁମାର କହିଛନ୍ତି ଯେ ବାଂଲାଦେଶ ସରକାର ଆକ୍ରମଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଜାତିସଂଘ ଓ ଅନ୍ୟ ମାନବ ଅଧିକାର ସଂଗଠନଗୁଡ଼ିକର ନିରବତା ସେମାନଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର