ଜନ୍ମାଷ୍ଠମୀ ପୂର୍ବରୁ ବୃନ୍ଦାବନ ଇସ୍କନ ମନ୍ଦିର ସିଲ : ଅନ୍ତେବାସୀଙ୍କ ମଧ୍ୟରୁ ୨୨ ଜଣ କରୋନା ପଜିଟିଭ

ବୃନ୍ଦାବନ : ଶ୍ରୀକୃଷ୍ଣ ଜନ୍ମାଷ୍ଠମୀ ଉପଲକ୍ଷେ ସାରା ଦେଶ ଉତ୍ସବମୁଖର ଥିବାବେଳେ ଉତ୍ତରପ୍ରଦେଶର ପ୍ରମୁଖ ତୀର୍ଥ କ୍ଷେତ୍ର ବୃନ୍ଦାବନରେ ଥିବା ଇସ୍କନ ମନ୍ଦିରକୁ ସିଲ କରିଦିଆଯାଇଛି । ମନ୍ଦିରରେ ଥିବା କେତେକ ଅନ୍ତେବାସୀ କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସାରା ଦେଶରେ ଆଜି ଓ ଆସନ୍ତା କାଲି କୃଷ୍ଣ ଜନ୍ମାଷ୍ଠମୀ ପାଳନ କରାଯାଉଛି । ବିଶେଷକରି ବୈଷ୍ଣବ କ୍ଷେତ୍ର ଗୁଡ଼ିକରେ ଆସନ୍ତା କାଲି (ବୁଧବାର) କୃଷ୍ଣ ଜନ୍ମାଷ୍ଠମୀ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ମନ୍ଦିରର ଆବାସିକ କଂପ୍ଲେକ୍ସରେ ରହୁଥିବା ୧୬୫ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କର ପଜିଟିଭ ବାହାରିଥିଲା । ଏହା ପରେ ସମଗ୍ର ମନ୍ଦିରକୁ ସିଲ କରିଦିଆଯାଇଛି ।

ଅମର ଉଜାଲା ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫ୍ଲୋରିଡାରେ ରହୁଥିବା ଇସ୍କନର ଜଣେ ଗୁରୁ ଭକ୍ତି ଚାରୁ ସ୍ୱାମୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଶେଷକୃତ୍ୟ ପଶ୍ଚିମବଙ୍ଗରେ ହୋଇଥିଲା । ଏଥିରେ ଯୋଗ ଦେବାକୁ ବୃନ୍ଦାବନ ଇସ୍କନରୁ ୧୦-୧୫ ଲୋକ ଯାଇଥିଲେ ।

ସମ୍ବନ୍ଧିତ ଖବର