କାବୁଲ : ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ଆଇଏସକେପି)ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ତାଲିବାନ । ଆଫଗାନିସ୍ତାନ ଗସ୍ତ କରୁଥିବା ଭିଆଇପିମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା ଆଇଏସକେପି। ଏଥିପାଇଁ କାବୁଲ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଖରେ ଏକ ଗୋପନ ଆଡ୍ଡା ଖୋଲାଯାଇଥିଲା ।
ତାଲିବାନ ଯେପରି ସଂଦେହ କରିପାରିବ ନାହିଁ ସେଥିପାଇଁ ଆଫଗାନିସ୍ତାନର ଗୁଇନ୍ଦା ସଂସ୍ଥାର କାର୍ଯ୍ୟାଳୟ ନିକଟରେ ଏକ ବିଳାଶମୟ ଆପାର୍ଟମେଣ୍ଟ ଭଡ଼ା ନିଆଯାଇ ଏହି ଆଡ୍ଡା ଖୋଲିଥିଲା ଆଇଏସକେପି । ଏଠାରେ ଲ୍ୟାଣ୍ଡମାଇନ୍ ଏବଂ ଆତ୍ମଘାତୀ ଜ୍ୟାକେଟ୍ ତିଆରି କରାଯାଉଥିଲା।
ତାଲିବାନ ଯେପରି ସଂଦେହ କରିପାରିବ ନାହିଁ ସେଥିପାଇଁ ଆଫଗାନିସ୍ତାନର ଗୁଇନ୍ଦା ସଂସ୍ଥାର କାର୍ଯ୍ୟାଳୟ ନିକଟରେ ଏକ ବିଳାଶମୟ ଆପାର୍ଟମେଣ୍ଟ ଭଡ଼ା ନିଆଯାଇ ଏହି ଆଡ୍ଡା ଖୋଲିଥିଲା ଆଇଏସକେପି । ଏଠାରେ ଲ୍ୟାଣ୍ଡମାଇନ୍ ଏବଂ ଆତ୍ମଘାତୀ ଜ୍ୟାକେଟ୍ ତିଆରି କରାଯାଉଥିଲା। ଏଥିପାଇଁ ସେଠାକୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଣାଯାଇଥିଲା। ଏହା ମଧ୍ୟ ଜଣାପଡ଼ିଛି ଯେ ବିଗତ କିଛି ମାସ ହେଲା ଆଇଏସକେପି ଏହି ସ୍ଥାନରୁ ଏହାର ଆତଙ୍କବାଦୀମାନଙ୍କୁ ଲ୍ୟାଣ୍ଡମାଇନ୍ ଏବଂ ଆତ୍ମଘାତୀ ଜ୍ୟାକେଟ୍ ପଠାଉଥିଲା। ଆଇଏସର ଏହି ଷଡ଼ଯନ୍ତ୍ର ସଂପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଥିଲା ।
ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ସୂଚନା ପାଇ, ଆଫଗାନିସ୍ତାନର ଜେନେରାଲ ଡାଇରେକ୍ଟଡ୍ ଇଣ୍ଟେଲିଜେନ୍ସ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ପାକିସ୍ତାନର ସହଯୋଗୀ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ ଆଫଗାନିସ୍ତାନ ଗସ୍ତ କରୁଥିବା ଭିଆଇପିମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/10/5AhrOmlP410Fp8g1ef15.jpg)