ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ପୁଣି ବଢିଯାଇଛି । ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ମାମଲାରେ ଇସ୍ଲାମାବାଦର ଏକ ଅଦାଲତ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ।
ପାକିସ୍ତାନୀ ଖବରକାଗଜ ଡନର ରିପୋର୍ଟ ଅନୁସାରେ, ଇସଲାମାବାଦର ଜୁଡିସିଆଲ ମାଜିଷ୍ଟ୍ରେଟ ମଲିକ ଅମନ ଏହି ମାମଲାର ଶୁଣାଣି ସମୟରେ ଇମ୍ରାନଙ୍କ ଓକିଲ ବ୍ୟକ୍ତିଗତ ହାଜରରୁ ମୁକ୍ତି ପାଇଁ ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ମାର୍ଚ୍ଚ ୩୦ତାରିଖରେ ଇମ୍ରାନ କୋର୍ଟ ନିକଟରେ ହାଜର ହେବା ପାଇଁ ନିଜ ଓକିଲଙ୍କ ଜରିଆରେ ଅନୁମତି ମାଗିଥିଲେ ବି କୋର୍ଟ ସେହି ଆବେଦନକୁ ଖାରଜ କରିଦେଇଛନ୍ତି । ସରକାରୀ ଓକିଲ ଏହାକୁ ବିରୋଧ କରି କହିଥିଲେ ଯେ ଇମ୍ରାନ ଗିରଫ ପରୱାନାର ସମୟ ସୀମା ମଧ୍ୟରେ ହାଜର ହେବା ଉଚିତ୍ ।
ବିଚାରପତି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ସହ ତାଙ୍କୁ ଏପ୍ରିଲ ୧୮ ରେ କୋର୍ଟରେ ହାଜର କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୨୪ ତାରିଖରେ ହୋଇଥିବା ଶୁଣାଣିରେ କୋର୍ଟ ଇମ୍ରାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ଜାମିନଯୋଗ୍ୟ ୱାରେଣ୍ଟରେ ପରିଣତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Imran-khan-2.jpg)