ନିର୍ବାଚନ ଯୁଦ୍ଧରେ ଆମ କଥା ଉଠାଅ ନାହିଁ: ଇସ୍‌ଲାମାବାଦ

ନୂଆଦିଲ୍ଲୀ: ଅଭ୍ୟନ୍ତରିଣ ନିର୍ବାଚନୀ ଲଢ଼େଇରେ ଆମ କଥା ଉଠାଅ ନାହିଁ। ଗୁଜୁରାଟ ନିର୍ବାଚନରେ ବିଜେପିକୁ ହରାଇବାକୁ କଂଗ୍ରେସ ପାକିସ୍ତାନ ସହ ମିଶି ଷଡ଼ଯନ୍ତ୍ର କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ଷେପ କରିବାର ଦିନକ ପରେ ଇସ୍‌ଲାମାବାଦ ଏ କଥା କହିଛି।

କଂଗ୍ରେସ ଏବଂ ପାକିସ୍ତାନୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଗୋପନ ତିନି ଘଣ୍ଟିଆ ବୈଠକ ଏକ କଳ୍ପିତ ଷଡ଼ଯନ୍ତ୍ର। ଏହା ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ଇସ୍‌ଲାମାବାଦ କହିଛି। ଗୋପନ ବୈଠକ କଥା ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଥିଲେ।

କୌଣସି ପ୍ରମାଣ ନ ଥାଇ ଗତକାଲି ମୋଦି ଦାବି କରିଥିଲେ ଯେ ନିକଟ ଅତୀତରେ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ଘରେ ଏକ ବୈଠକ ବସିଥିଲା। ଏଥିରେ ପାକିସ୍ତାନର ହାଇକମିସନର୍‌, ପାକିସ୍ତାନର ବୈଦେଶିକ ମନ୍ତ୍ରୀ, ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର