ଶ୍ରୀଲଙ୍କା ବିସ୍ଫୋରଣରେ ଆଇଏସ୍‌ଆଇଏସ୍‌ ହାତ ଥିଲା, ଚତୁର୍ଥ ହୋଟେଲ ଆକ୍ରମଣର ଯୋଜନା ବିଫଳ ହୋଇଛି

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ହୋଟେଲ୍‌ ଓ ଚର୍ଚରେ ହୋଇଥିବା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ଷ୍ଟେଟ ନିଜର ହାତ ଥିବା କଥା  ଅମାକ୍‌ ନ୍ୟୁଜ ଏଜେନ୍ସି ମାଧ୍ୟମରେ ସ୍ୱୀକାର କରିଛି। ରବିବାର ଶ୍ରୀଲଙ୍କାରେ ହୋଇଥିବା ବୋମା ବିସ୍ଫୋରଣରେ ୩୨୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ଖବର ଆସିଛି କି, ଶ୍ରୀଲଙ୍କାର ଚତୁର୍ଥ ହୋଟେଲରେ ଆକ୍ରମଣ କରିବାର ଯୋଜନା ବିଫଳ ହୋଇଛି। ବିଶେଷସୂତ୍ରରୁ ସୂଚନା ମିଳିଛି କି, ଦୁଇ ମୁସଲମାନ ଭାଇ ଏହି ଆତ୍ମଘାତୀ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ଜଣେ ଧନୀ କୋଲମ୍ବୋ ମସଲା ବ୍ୟବସାୟୀଙ୍କ ପୁଅ ମାନବ ବୋମା ସାଜି ଏହି ବୋମା ବିସ୍ଫୋରଣରେ ଉଡାଇ ଦେଇଛି। ଏହି ସମୟରେ ବହୁ ବ୍ୟକ୍ତି  ସାଙ୍ଗରି-ଲା ଓ ଡାଲଚିନି ଗ୍ରାଣ୍ଡ ହୋଟେଲ୍‌ରେ ଖାଦ୍ୟ ଖାଇବାକୁ ଅପେକ୍ଷା କରିଥିଲେ।

ଉଲ୍ଲେଖଯୋଗ୍ୟ, ରବିବାର ଶ୍ରୀଲଙ୍କାର କଲମ୍ବୋରେ ସକାଳ ୮.୩୦ ସମୟରେ ଏକ ଗୀର୍ଜାରେ ବିସ୍ଫୋରଣ ହୋଇଥିଲା। ପରେ ଲଗାତର କିଛି ସମୟ ଅନ୍ତରରେ ୨ଟି ଗୀର୍ଜା ଓ ତିନୋଟି ପଞ୍ଚତାରକା ହୋଟେଲ୍‌ରେ କ୍ରମାଗତ ୮ଟି  ବିସ୍ଫୋରଣ ଘଟିଥିଲା।  ଏହି ବିସ୍ଫୋରଣେ ୩୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦୦ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର