ଇସଲାମିକ ଷ୍ଟେଟ କରିନଥିଲା ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ, ଜାଣନ୍ତୁ କିଏ ନେଇଥିଲା ୨୫୮ ଜଣଙ୍କ ଜୀବନ

କଲମ୍ବୋ: ଶ୍ରୀଲଙ୍କାରେ ଇଷ୍ଟର ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଶ୍ୱର ଦୁର୍ଦ୍ଧଷ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ କରିନଥିଲା, କିଛି ଏଭଳି ତଥ୍ୟର ଏବେ ଖୁଲାସା ହୋଇଛି | ଏହି ଆକ୍ରମଣକୁ ନେଇ ତଦନ୍ତ କରୁଥିବା ତଦନ୍ତକାରୀ ମୁଖ୍ୟ ରବି ସେନଵୀରନନେ କହିଛନ୍ତି ଯେ ଇସଲାମିକ ଷ୍ଟେଟରୁ ପ୍ରେରଣା ପାଇ ସ୍ଥାନୀୟ ଆତଙ୍କବାଦୀ ସଂଗଠନ ନେସନାଲ ତାହିଦ ଜାମାତ ଏଭଳି ଆକ୍ରମଣ କରାଇଥିଲା | ଏହି ଆତଙ୍କବାଦୀ ସଂଗଠନର ମୁଖ୍ୟ ଯେହେରାନ ହସିମ କିନ୍ତୁ ଆଇଏସ(ଇସଲାମିକ ଷ୍ଟେଟ) କୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବାକୁ ମନାଇଥିଲେ |

ଏଠାରେ ସୂଚନା ଥାଉ କି ଏପ୍ରିଲ ୨୧, ଇଷ୍ଟର ସନ୍‌ଡେ’ରେ ରାଜଧାନୀ କଲମ୍ବୋ ଏବଂ ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ହୋଇଥିବା ୮ଟି ବଡ ଧରଣର ଆତ୍ମଘାତୀ ବିସ୍ଫୋରଣରେ ୨୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣରେ ତିନି ଜଣ ଭାରତୀୟ ମଧ୍ୟ ପ୍ରାଣ ହରାଇଥିଲେ । ଇଷ୍ଟର ପର୍ବ ପାଳନରେ ଲୋକେ ବ୍ୟସ୍ତ ଥିବା ବେଳେ ସକାଳ ପ୍ରାୟ ୮.୪୫ ସମୟରେ ଏହି କ୍ରମାଗତ ବିସ୍ଫୋରଣ ହୋଇଥିଲା।

ପ୍ରଥମ ୬ଟି ବିସ୍ଫୋରଣ କଲମ୍ବୋର ୩ଟି ଗିର୍ଜା ଏବଂ ୩ଟି ପଞ୍ଚତାରକା ହୋଟେଲରେ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାକୁ ଦିନିକିଆ ଗସ୍ତରେ ଯାଇ ରାଷ୍ଟ୍ରପତି ମୈତ୍ରିପାଲ ଶିରିସେନାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଏହି ଅବସରରେ ମୋଦୀ କହିଥିଲେ ଯେ ଆତଙ୍କବାଦୀଙ୍କ କୌଣସି ବର୍ବରତା ଶ୍ରୀଲଙ୍କାର ସଂକଳ୍ପକୁ ଦୋହଲାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର