ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କରୋନାର ମୃଦୁ ଲକ୍ଷଣ ଥିବା ସେ ଜଣାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସେ କରୋନାର ଦୁଇଟି ଡୋଜ ସହିତ ବୁଷ୍ଟର ଡୋଜ ମଧ୍ୟ ନେଇଛନ୍ତି ।
ଟୁଇଟ କରି ସେ କରୋନା ସଂକ୍ରମିତ ଥିବା ଜଣାଇବା ସହ ଲେଖିଛନ୍ତି ଯେ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ । ଏହା ସହିତ ସେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ବୋଲି ଜଣାଇଛନ୍ତି । ତେବେ ସେ କରୋନା ଟିକା ନେଇଥିବାରୁ ଭାଗ୍ୟବାନ ବୋଲି ମଧ୍ୟ ଲେଖିଛନ୍ତି ।
ବିଲ ଗେଟ୍ସଙ୍କ ଦ୍ବାରା ପ୍ରତିଷ୍ଠିତ ବିଲ ଏଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ବିଶ୍ବରୁ କରୋନା ମହାମାରୀ ବିଲୋପ ଦିଗରେ ଓ ଆଗକୁ ଯେପରି ଏପରି ମହାମାରୀ ନ ଆସେ, ସେ ଦିଗରେ କାମ କରୁଛି । ଗରିବ ଦେଶମାନଙ୍କୁ କରୋନା ଟିକା, ଓଷଧ , ମେଡିକାଲ ଉପକରଣ ଯୋଗାଇବାରେ ଏହି ଫାଉଣ୍ଡେସନ କାମ କରୁଛି । ଗତ ବର୍ଷ ଅକ୍ଟୋବର ମାସରେ ଫାଉଣ୍ଡେସନ ଘୋଷଣା କରିଥିଲା ଯେ ଗରିବ ଦେଶମାନଙ୍କୁ କରୋନା ଔଷଧ ଯୋଗାଣ ପାଇଁ ୧୨୦ ନିୟୁତ ବ୍ୟୟ କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-11-at-8.13.35-PM.jpeg)