ଆଇସୋଲେସନ୍‌ ଓ୍ଵାର୍ଡରେ କରୋନା ରୋଗୀଙ୍କ ମଦ ପିଉଥିବାର ଭିଡିଓ ଭାଇରାଲ

ପାଟନା: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିରେ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ କରୋନା ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ବିହାର ଗୋପାଳଗଞ୍ଜର ବୋଲି କୁହାଯାଉଛି ।

Coronavirus (COVID-19) (कोरोना वायरस ब्रेकिंग ...

କରୋନା ରୋଗୀଙ୍କ ଏଭଳି ମଦ ପିଉଥିବା ଭିଡିଓ ଭାଇରାଲ ହେଲା ପରେ ଗୋପାଳଗଞ୍ଜ ପ୍ରଶାସନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ପ୍ରଶାସନ ସହିତ ଯୋଗାଯୋଗ ହେବା ପରେ ଏହି ଭିଡିଓଟି ବାସ୍ତବରେ ଗୋପାଳଗଞ୍ଜର ଏକ ଆଇସୋଲେସନ୍‌ ଓ୍ଵାର୍ଡର ବୋଲି ସ୍ପଷ୍ଟ ହୋଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ,  ଗୋପାଳଗଞ୍ଜର ମାନଝାଗଡ଼ ଥାନା ଅଧୀନସ୍ଥ ସିଦ୍ଧବାଲିୟା ଗ୍ରାମରେ ଥିବା ଏକ ଆଇସୋଲେସନ୍‌ ଓ୍ଵାର୍ଡରେ ଅନେକ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଜଣେ ସେଠାରେ ମଦ ପିଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ କେହି ଜଣେ କ୍ୟାମେରାରେ କୈଦ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା। ଆଇସୋଲେସନ ୱାର୍ଡର ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ନିଦ ଉଡ଼ି ଯାଇଛି।

Patna Crime News, Latest Patna Crime News Headlines & Videos ...
Times of India

ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଏ ଆକ୍ରାନ୍ତଙ୍କ ପାଇଁ ମଦ ବ୍ୟବସ୍ଥା କରିଥିଲେ? ତାହାର ଖୋଲତାଡ ଆରମ୍ଭ ହୋଇଛି । ଆକ୍ରାନ୍ତଙ୍କ ପାଖରେ ପୂର୍ବରୁ ମଦ ବୋତଲ ଥିବା କେହିକେହି ମଧ୍ୟ କହିଛନ୍ତି । ଏପଟେ ବିହାରରେ ୨୦୧୬ରୁ ମଦ ବ୍ୟାନ୍‌ ହୋଇଥିବା ବେଳେ କିପରି ଜଣେ କରୋନା ଆକ୍ରାନ୍ତ ଆଇସୋଲେସନ୍‌ ଓ୍ଵାର୍ଡରେ ମଦ ପିଇଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର