ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୫ ମୃତ

ଜେରୁଜେଲମ : ସମଗ୍ର ବିଶ୍ବରେ ଯୁଦ୍ଧର ଘନଘଟା ବଢିବାରେ ଲାଗିଛି । ଗୋଟିଏ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଥିବାବେଳେ ଅନ୍ୟପଟେ ତାଇଓ୍ବାନ ଚାରିପଟେ ଏକ ଭୟଙ୍କର ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ଚୀନ । କେବଳ ଏତିକି ନୁହେଁ, ମଧ୍ୟ ଏସିଆର ଦୁଇଟି ଦେଶ ଆଜରବୈଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ସାମରିକ ସଂଘର୍ଷ ଆରମ୍ଭ ହୋଇଯାଇଛି ।

ଏସବୁ ଘଟଣା ଯେପରି ଯଥେଷ୍ଟ ନଥିଲା, ଆଉ ଏକ ସ୍ଥାନରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଶୁକ୍ରବାରଦିନ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଏୟାରଷ୍ଟ୍ରାଇକ କରାଯାଇଛି । ଇସ୍ଲାମିକ ଜିହାଦର ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଥିବା ଇସ୍ରାଏଲ କହିଛି । ଏହି ଏୟାରଷ୍ଟ୍ରାଇକରେ ୧୫ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ପାଲେଷ୍ଟାଇନ ମୁକ୍ତି ପାଇଁ ଲଢୁଥିବା ଇସ୍ଲାମିକ ଜିହାଦର ଏକ କମାଣ୍ଡର ନିହତ ହୋଇଛି । ତେବେ ଦୁଃଖର କଥା ହେଉଛି ଏହି ଏୟାରଷ୍ଟ୍ରାଇକରେ ଏକ ୫ ବର୍ଷୀୟ ଶିଶୁ ମୃତ୍ୟୁବରଣ କରିଛି ।

ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇସ୍ଲାମିକ ଜିହାଦ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା । କିନ୍ତୁ ଆଗୁଆ ସେମାନଙ୍କୁ ଆକ୍ରମଣ କରି ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ଏହି ଏୟାରଷ୍ଟ୍ରାଇକରେ ୧୫ ଜଣ ମୃତ୍ୟୁବରଣ କରିଛନ୍ତି ଓ ୪୦ ଜଣ ଆହତ ହୋଇଛନ୍ତି ।

 

 

ସମ୍ବନ୍ଧିତ ଖବର