ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି, ଜବାବରେ ରକେଟ୍ ମାଡ଼ କଲା ପାଲେଷ୍ଟାଇନ

ଜେରୁଜେଲମ : ଗାଜା ସହର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରହିଛି । ଶନିବାରର ଆକ୍ରମଣରେ ଅତିକମରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାଯାଇଛି । ଇସ୍ରାଏଲ ପକ୍ଷରୁ ଗାଜାର କେତେକ ସାଧାରଣ ଲୋକ ରହୁଥିବା ଇଲାକାରେ ବି ବୋମାମାଡ କରାଯାଇଛି । ସେହିପରି ଗାଜାରେ ଥିବା ଏକମାତ୍ର ପାଓ୍ବାରପ୍ଲାଣ୍ଟ ଉପରେ ଇସ୍ରାଏଲ ଆକ୍ରମଣ କରିବାରୁ ତାହା ବନ୍ଦ ହୋଇଯାଇଛି ।

ଇସ୍ରାଏଲର ଏୟାରଷ୍ଟ୍ରାଇକ ଜବାବରେ ପାଲେଷ୍ଟାଇନ ପକ୍ଷରୁ ଇସ୍ରାଏଲର କେତେକ ଅଂଚଳ ଉପରେ ରକେଟ ମାଡ କରାଯାଇଛି ।

ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇସ୍ଲାମିକ ଜିହାଦ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା । କିନ୍ତୁ ଆଗୁଆ ସେମାନଙ୍କୁ ଆକ୍ରମଣ କରି ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ଏହି ଏୟାରଷ୍ଟ୍ରାଇକରେ ୧୫ ଜଣ ମୃତ୍ୟୁବରଣ କରିଛନ୍ତି ଓ ୪୦ ଜଣ ଆହତ ହୋଇଛନ୍ତି ।

ସେହିପରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟାଇର ଲାପିର କହିଛନ୍ତି ଯେ ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ।

ଗତ ଶୁକ୍ରବାରଦିନ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଏୟାରଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା ଓ ତାହା ସାରାରାତି ଜାରି ରହିଥିଲା । ଇସ୍ଲାମିକ ଜିହାଦର ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଥିବା ଇସ୍ରାଏଲ କହିଛି । ଏହି ଏୟାରଷ୍ଟ୍ରାଇକରେ ମୋଟ ୧୫ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ପାଲେଷ୍ଟାଇନ ମୁକ୍ତି ପାଇଁ ଲଢୁଥିବା ଇସ୍ଲାମିକ ଜିହାଦର ଏକ କମାଣ୍ଡର ନିହତ ହୋଇଛି । ତେବେ ଦୁଃଖର କଥା ହେଉଛି ଏହି ଏୟାରଷ୍ଟ୍ରାଇକରେ ଏକ ୫ ବର୍ଷୀୟ ଶିଶୁ ମୃତ୍ୟୁବରଣ କରିଛି ।

 

ସମ୍ବନ୍ଧିତ ଖବର