ଗାଜା : ଗାଜା ଉପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ନଭେମ୍ବର ୧୫ (ବୁଧବାର) ଥିଲା ଏହି ଯୁଦ୍ଧର ୪୦ତମ ଦିନ। ବୁଧବାର ଗ୍ରାଉଣ୍ଡ ଅପରେସନ ସମୟରେ ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଗାଜାର ସର୍ବବୃହତ ହସ୍ପିଟାଲ ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସରେ ପ୍ରବେଶ କରିଥିଲା। ଇସ୍ରାଏଲ୍ ସୈନିକମାନେ ହସ୍ପିଟାଲର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ହସପିଟାଲ ତଳେ ହମାସର କମାଣ୍ଡ ସେଣ୍ଟର ଥିହା ଇସ୍ରାଏଲ କହୁଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ସେନା ବୁଧବାର ସକାଳେ ଗାଜାର ସବୁଠାରୁ ବଡ଼ ଡାକ୍ତରଖାନା ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସର ଏକ ଅଂଶ ଉପରେ ଚଢ଼ାଉ କରିଥିଲା। ସେଠାରେ ରୋଗୀ ଓ ବିସ୍ଥାପିତଙ୍କ ଭିଡ଼ ଜମିଥିଲା। ଏହି ଚଢ଼ାଉ ସମୟରେ ଅଧିକାଂଶ ଇସ୍ରାଏଲ ସୈନିକ ଫେସ୍ ମାସ୍କ ପିନ୍ଧିଥିଲେ। ସେମାନେ ଫାଙ୍କା ଗୁଳି ଚଳାଇଥିଲେ। ଏହି ସମୟରେ ଇସ୍ରାଏଲର ଜଣେ ସୈନିକ ଲାଉଡସ୍ପିକର ମାଧ୍ୟମରେ ଆରବୀ ଭାଷାରେ କହିଥିଲେ ଯେ ୧୬ ବର୍ଷ ବୟସରୁ ଅଧିକ ସମସ୍ତେ ଉପରକୁ ହାତ ଉଠାଇବା ସହ ହସପିଟାଲ ପରିସରରୁ ବାହାରକୁ ଚାଲିଯାଆନ୍ତୁ ।
ତେବେ ସପିଟାଲ ପରିସରରେ କେତେ ଇସ୍ରାଏଲୀ ସୈନ୍ୟ ପ୍ରବେଶ କରିଥିଲେ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । ମିଳିତ ଜାତିସଂଘ (ୟୁଏନ୍) ଅନୁଯାୟୀ, ରୋଗୀ, ନବଜାତ ଶିଶୁ ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୨୩୦୦ ଲୋକ ହସ୍ପିଟାଲ ଭିତରେ ଫସି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Capture-3.png)