ବେରୁତ: ଏୟାରଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ହାସାନ ନସରୁଲ୍ଲାକୁ ହତ୍ୟା କରିବାର ଦୁଇଦିନ ପରେ ଲେବାନନରେ ପ୍ରବେଶ କରିଛି ଇସ୍ରାଏଲ ସେନା । ଏହି ଅପରେସନ ବେଳେ ହେଜବୁଲ୍ଲାର ଆଉ ଜଣେ କମାଣ୍ଡର ମୃତ୍ୟୁବରଣ କରିଛି ।
ଦୁଇ ଜଣ ଆମେରିକୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଲେବାନନ ସୀମାରେ ଥିବା ହିଜବୁଲ୍ଲା ସ୍ଥାନଗୁଡ଼ିକୁ ଧ୍ୱଂସ କରିବା ପାଇଁ ଛୋଟ ଅପରେସନ ଆରମ୍ଭ କରିଛି। ଇସ୍ରାଏଲ ହିଜବୁଲ୍ଲାର ସେଣ୍ଟ୍ରାଲ କାଉନସିଲର ସଦସ୍ୟ ଆତଙ୍କବାଦୀ ନାବିଲ କାୱେକଙ୍କୁ ନିପାତ କରିଛି।
ଇସ୍ରାଏଲ ଏକ ଛୋଟ ଧରଣର 'ସୀମାପାର ଅପରେସନ୍' କରିଥିବା ବିଷୟରେ କୁହାଯାଇଛି। ପ୍ରାୟ ୬୦,୦୦୦ ବିସ୍ଥାପିତ ଇସ୍ରାଏଲବାସୀଙ୍କୁ ସ୍ୱଦେଶ ଫେରାଇ ଆଣିବାର ଲକ୍ଷ୍ୟ ହାସଲ କରିବା ପାଇଁ ହିଜବୁଲ୍ଲାକୁ ନିପାତ କରିବା ଇସ୍ରାଏଲ ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
ହିଜବୁଲ୍ଲା ଶନିବାର ନିଶ୍ଚିତ କରିଛି ଯେ ଦକ୍ଷିଣ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏହାର ନେତା ସୟଦ ହାସନ୍ ନସରଲ୍ଲାହ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ହଇଚଇ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/kEZKrF0Z7jYszYEx0Pa2.jpeg)