ତେଲ୍ ଅଭିଭ୍ : ମାଳଦ୍ୱୀପକୁ କଡ଼ା ଜବାବ ଦେଇଛି ଇସ୍ରାଏଲ । ଭାରତ ମହାସାଗର ଦ୍ୱୀପପୁଞ୍ଜରେ ଇସ୍ରାଏଲୀଙ୍କ ବିରୋଧରେ ମାଳଦ୍ୱୀପ ସରକାର ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ସୋମବାର ଭାରତରେ ଥିବା ଇସ୍ରାଏଲ ଦୂତାବାସ ତା'ର ନାଗରିକମାନଙ୍କୁ ମାଳଦ୍ୱୀପ ଗସ୍ତ କରିବା ପରିବର୍ତ୍ତେ ଭାରତର ଲକ୍ଷଦ୍ବୀପ ବୁଲିବାକୁ କହିଛି। କେବଳ ଲକ୍ଷଦ୍ବୀପ ନୁହେଁ ଭାରତର ଗୋଆ,କେରଳ ଓ ଆଣ୍ଡାମାନ ଓ ନିକୋବର ବୁଲିବାକୁ ବି ପରାମର୍ଶ ଦେଇଛି ।
ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଇସ୍ରାଏଲ ପାସପୋର୍ଟ ଥିବା ଲୋକଙ୍କୁ ତାଙ୍କ ଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ନେଇ ମାଳଦ୍ବୀପ କ୍ୟାବିନେଟରେ ଏକ ପ୍ରସ୍ତାବ ପାସ ହୋଇଛି । ତେବେ ଏହା କେବେ କାର୍ଯ୍ୟକାରୀ ହେବ ସେ ନେଇ ସରକାର କିଛି କହିନାହାନ୍ତି। ପାଲେଷ୍ଟାଇନକୁ ସମର୍ଥନ କରି ମାଳଦ୍ବୀପର ମୁଇଜୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
Since the Maldives is no longer welcoming Israelis, here are some beautiful and amazing Indian beaches where Israeli tourists are warmly welcomed and treated with utmost hospitality. 🏖️🇮🇳
Check out these recommendations from @IsraelinIndia, based on the places visited by our… pic.twitter.com/kGNEDS6fsp
— Israel in India (@IsraelinIndia) June 3, 2024
ଭାରତରେ ଥିବା ଇସ୍ରାଏଲ ଦୂତାବାସ ଏକ ଟୁଇଟ କରି ଲେଖିଛି “ଯେହେତୁ ମାଳଦ୍ୱୀପ ଏବେ ଇସ୍ରାଏଲବାସୀଙ୍କୁ ସ୍ୱାଗତ କରୁନାହିଁ, ତେଣୁ କିଛି ସୁନ୍ଦର ଏବଂ ଚମତ୍କାର ଭାରତୀୟ ବେଳାଭୂମି ଅଛି ଯେଉଁଠାରେ ଇସ୍ରାଏଲ ପର୍ଯ୍ୟଟକମାନଙ୍କୁ କେବଳ ଉତ୍ସାହର ସହ ସ୍ୱାଗତ କରାଯାଏ ନାହିଁ ବରଂ ଅତ୍ୟନ୍ତ ଆତିଥେୟତା ମଧ୍ୟ ଦିଆଯାଏ । ଦୟାକରି ଆମର କୂଟନୀତିଜ୍ଞମାନେ ପରିଦର୍ଶନ କରିଥିବା ସ୍ଥାନଗୁଡ଼ିକୁ ବିଚାର କରି ଦେଖନ୍ତୁ ।“
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-03-at-18.58.29.jpeg)