ନୂଆଦିଲ୍ଲୀ: ପୁଣି ଆକ୍ରମଣରେ ଥରିଲା ଗାଜା । ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି । ଗୁରୁତର ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ଗାଜାର ରାଫା ଅଞ୍ଚଳରେ ଶରଣାର୍ଥୀ ସ୍ବାସ୍ଥ୍ୟ ଶିବିର ଉପରେ ଇସ୍ରାଏଲ ଟ୍ୟାଙ୍କ ମାଧ୍ୟମରେ ଆକ୍ରମଣ କରିଛି ।
ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଏକ ରିଲିଫ୍ କେନ୍ଦ୍ର ନିକଟରେ ସ୍ଥାନୀୟ ସମୟ ସକାଳ ୪ଟା ୩୦ରେ ଅଲ-ଆଲମ୍ ସ୍କୋୟାର ନିକଟରେ ଖାଦ୍ୟ ଏବଂ ଔଷଧ ସଂଗ୍ରହ କରିବାକୁ ଭିଡ଼ ଲାଗିଥିଲା । ଯେଉଁ ଭିଡ଼ର ଫାଇଦା ଉଠାଇବାକୁ ଯାଇ ଏହି ସମୟରେ ଇସ୍ରାଏଲର ଟ୍ୟାଙ୍କଗୁଡ଼ିକ ଗୁଳି ଚଳାଇଥିଲେ ।
ଗୁଳିମାଡ଼ ପରେ ମୃତ ଏବଂ ଆହତମାନେ ଅନେକ ସମୟ ଧରି ତଳେ ପଡ଼ି ରହିଥିଲେ । ଇସ୍ରାଏଲ ନିୟନ୍ତ୍ରଣରେ ଥିବାରୁ ଉଦ୍ଧାରକାରୀ ଦଳ ସେହି ଅଞ୍ଚଳକୁ ପହଞ୍ଚିପାରିଲେ ନାହିଁ । ତେବେ ଗଧଗାଡ଼ିରେ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/01/48tQWBixcd4dRuTHbO8k.jpg)