ନୂଆଦିଲ୍ଲୀ: ଚାଲିଥିଲା ଟିଭି ସୋ । ଲାଇଭ୍ ନ୍ୟୁଜ୍ ପଢୁଥିଲେ ଆଙ୍କର । ଇରାନ-ଇସ୍ରାଏଲ ଯୁଦ୍ଧ ନେଇ ତାଜା ଖବର ଦେଉଥିଲେ ଆଙ୍କର । ହେଲେ ଏତିକି ବେଳେ ହେଲା ଆକ୍ରମଣ । ଆକାଶ ମାର୍ଗରୁ ହେଲା ହମଲା । ଆକ୍ରମଣ ପରେ ପ୍ରଚଣ୍ଡ ଶବ୍ଦ ହେଲା, ଷ୍ଟୁଡିଓ ଦୋହଲିଗଲା । ଆଙ୍କର ବି ଦୋହଲିଗଲେ । ଷ୍ଟୁଡିଓ ସାରା କଳା ଧୂଆଁ ଖେଳିଗଲା । ଛାନିଆରେ ଧାଇଁଲେ ଆଙ୍କର । ବନ୍ଦ ହୋଇଗଲା ଖବର ପ୍ରସାରଣ.. ଆଜ୍ଞା ହଁ ଏହା କେଉଁ ସିନେମାର ଦୃଶ୍ୟ ନୁହେଁ ଏହା ସତ ସତିକା ଘଟିଛି ଇରାନରେ । ଇସ୍ରାଏଲର ଆକ୍ରମଣ ପରେ ଏଭଳି ପରିସ୍ଥିତି ଉପୁଜିଛି ।
ତେବେ ତେହେରାନରେ ଥିବା ଷ୍ଟେଟ୍ ବ୍ରଡକାଷ୍ଟର ଆଇଆରଆଇବି କାର୍ୟ୍ୟାଳୟରେ ହମଲା ହୋଇଛି । ଇସ୍ରାଏଲର ଆଇଆରଆଇବି ହେଡକ୍ବାଟର୍ସରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ହମଲା କରି ଖବର ପ୍ରସାରଣ ବନ୍ଦ କରି ଦେଇଛନ୍ତି । ପୂର୍ବରୁ ଉକ୍ତ ଅଞ୍ଚଳରୁ ଲୋକଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ସତର୍କ କରାଇବା ସହ ଖବର ପ୍ରସାରଣର ମାଧ୍ୟମକୁ ଖୁବଶୀଘ୍ର ବନ୍ଦ କରିଦେବାକୁ ଧମକ ଦେଇଥିବା ବେଳେ ଏବେ ସିଧା ହମଲା କରିଛି । ଆଉ ନ୍ୟୁଜ ରୁମର ଭିଡିଓ ଏବେ ସାମ୍ନାକୁ ଆସିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/16/Bv4l0pdtv8DQyuOd70Do.jpg)