ହମାସର ରାଜନୈତିକ ମୁଖ୍ୟଙ୍କ ଘରେ ବୋମା ମାଡ଼ କଲା ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ଆଇଡିଏଫର ଲଢୁଆ ବିମାନ ଗାଜା ଷ୍ଟ୍ରିପ୍‌ରେ ଥିବା ହମାସର ପଲିଟିକାଲ ବ୍ୟୁରୋ ମୁଖ୍ୟ (ରାଜନୈତିକ ମୁଖ୍ୟ) ଇସମାଇଲ ହାନିୟେହଙ୍କ ଘର ଉପରେ ଆକ୍ରମଣ କରିଛି।

ଆଇଡିଏଫ କହିଛି ଯେ ଏହି ଗୃହ ଆତଙ୍କବାଦୀମାନଙ୍କର ଏକ ବଡ଼ ଭିତ୍ତିଭୂମି ଥିଲା। ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ହମାସର ବରିଷ୍ଠ ନେତାମାନେ ଏଡି ଗୃହକୁ ଏକ ମିଟିଂ ପଏଣ୍ଟ ଭାବରେ ବ୍ୟବହାର କରିବା ଆକ୍ରମଣର ‘ବ୍ଲୁପ୍ରିଣ୍ଟ’ ବା ନକ୍ସା ପ୍ରସ୍ତୁତ କରୁଥିଲେ।

ହମାସର ରାଜନୈତିକ ବ୍ୟୁରୋର ମୁଖ୍ୟ ଇସମାଇଲ ହାନିୟେହ କତାରରେ ରହୁଥିବା ବେଳେ ତାଙ୍କ ପାରିବାରିକ ଘର ଗାଜା ଷ୍ଟ୍ରିପ୍‌ରେ ବୋଲି ‘ଟାଇମ୍‌ସ ଅଫ୍‌ ଇସ୍ରାଏଲ’ ରିପୋର୍ଟ କରିଛି।

ଆଇଡିଏଫ କହିଛି, ଆଇଡିଏଫର ଲଢୁଆ ବିମାନ ହମାସର ପଲିଟିକାଲ ବ୍ୟୁରୋର ମୁଖ୍ୟ ଇସମାଇଲ ହାନିୟେହଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲା। ଏହି ବାସଭବନକୁ ଆତଙ୍କବାଦୀ ଭିତ୍ତିଭୂମି ଏବଂ ହମାସର ବରିଷ୍ଠ ନେତାମାନଙ୍କ ପାଇଁ ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ଏକ ମିଟିଂ ପଏଣ୍ଟ ଭାବେ ବ୍ୟବହାର କରା ଯାଉଥିଲା

ଏହା ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାର ଅଲ ଶିଫା ହସ୍ପିଟାଲରେ ଅସ୍ତ୍ରଶସ୍ତ୍ର ଥିବାର ଏକ ଭିଡିଓ ସେୟାର କରିଥିଲା। ଏକ୍ସରେ ପୋଷ୍ଟ କରାଯାଇଥିବା ଭିଡିଓରେ ଇସ୍ରାଏଲ ଡିଫେନ୍‌ସ ଫୋର୍ସ (ଆଇଡିଏଫ)ର ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଜୋନାଥନ କନରିକସ୍‌ ଅଲ-ଶିଫା ହସ୍ପିଟାଲର ଏମଆରଆଇ ବିଲ୍‌ଡିଂ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର