ଜେରୁଜେଲମ/ବେରୁତ: ଦକ୍ଷିଣ ଲେବାନନରେ ହିଜବୁଲ୍ଲା ସହ ଯୁଦ୍ଧରେ ଇସ୍ରାଏଲ ସେନାର ବଡ଼ ଧରଣର କ୍ଷତି ହୋଇଥିବା ଖବର ମିଳିଛି। ଇସ୍ରାଏଲର ଜଣେ ସାମରିକ ସମ୍ବାଦଦାତା ଦାବି କରିଛନ୍ତି ଯେ ଦକ୍ଷିଣ ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷରେ ଇସ୍ରାଏଲର ୨୨ ବର୍ଷୀୟ ଯୁବ କମାଣ୍ଡର ଇତାନ ଇତଜାକ୍ ଓଷ୍ଟର ନିହତ ହୋଇଛନ୍ତି। ଏଥିସହିତ ଆହୁରି କିଛି ସୈନିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଇରାନ୍ ଅବଜର୍ଭର ଅନୁଯାୟୀ ହିଜବୁଲ୍ଲା ସହ ହୋଇଥିବା ଯୁଦ୍ଧରେ ୩୫ ଜଣ ସୈନିକ ଆହତ ହୋଇଛନ୍ତି। ଦକ୍ଷିଣ ଲେବାନନର ଅଲ୍ ମନାରର ମାରୁନ ଅଲ-ରାସଠାରେ ଇସ୍ରାଏଲ ସୈନ୍ୟ ଏବଂ ହିଜବୁଲ୍ଲା ଲଢୁଆଙ୍କ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା ।
ଲେବାନନରେ ଇସ୍ରାଏଲର ସ୍ଥଳଅପରେସନ ବେଳେ ଏହା ହେଉଛି ପ୍ରଥମ କମାଣ୍ଡରଙ୍କ ମୃତ୍ୟୁ । କ୍ୟାପ୍ଟେନ୍ ଇତ୍ଜାକ୍ ଓଷ୍ଟର, ଆଗୋଜ୍ କମାଣ୍ଡୋ ୟୁନିଟରେ ଟିମ୍ କମାଣ୍ଡର ଥିଲେ। ଦକ୍ଷିଣ ଲେବାନନର ଏକ ଗାଁରେ ହିଜବୁଲ୍ଲା ଯୋଦ୍ଧାଙ୍କ ସହ ସଂଘର୍ଷରେ ସେ ନିହତ ହୋଇଛନ୍ତି।
ଲେବାନନରେ ଇସ୍ରାଏଲର ସ୍ଥଳଅପରେସନ ବେଳେ ଏହା ହେଉଛି ପ୍ରଥମ କମାଣ୍ଡରଙ୍କ ମୃତ୍ୟୁ । କ୍ୟାପ୍ଟେନ୍ ଇତ୍ଜାକ୍ ଓଷ୍ଟର, ଆଗୋଜ୍ କମାଣ୍ଡୋ ୟୁନିଟରେ ଟିମ୍ କମାଣ୍ଡର ଥିଲେ। ଦକ୍ଷିଣ ଲେବାନନର ଏକ ଗାଁରେ ହିଜବୁଲ୍ଲା ଯୋଦ୍ଧାଙ୍କ ସହ ସଂଘର୍ଷରେ ସେ ନିହତ ହୋଇଛନ୍ତି। ଇସ୍ରାଏଲ ପାଇଁ ଏହା ଏକ ବଡ଼ ଝଟକା। ହିଜବୁଲ୍ଲା ସହ ଦକ୍ଷିଣ ଲେବାନନରେ ଇସ୍ରାଏଲ ସେନାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆହତ ଏବଂ ମୃତ ସୈନିକମାନଙ୍କୁ ଆଇଡିଏଫ ହେଲିକପ୍ଟର ଯୋଗେ ସୁରକ୍ଷିତ ଘାଟିକୁ ପଠାଯାଉଛି । ଏଥିରେ କେତେ ଇସ୍ରାଏଲ ସୈନିକ ପ୍ରାଣ ହରାଇଛନ୍ତି। ଏ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/qoHwbRpxTVX79HI0Pugm.jpeg)