ଗାଜା: ଶ୍ମଶାନରେ ସ୍ଥାନ ଅଭାବ ଓ ଡାକ୍ତରଖାନା ନେବା ଖୁବ୍ ବିପଜ୍ଜନକ ହେଉଥିବାରୁ ଇସ୍ରାଏଲ୍ ବିମାନ ଆକ୍ରମଣରେ ନିହତ ପାଲେଷ୍ଟିନୀୟମାନଙ୍କ ଶବଗୁଡ଼ିକୁ ହମାସ୍ ପରିଚାଳିତ ଗାଜା ଷ୍ଟ୍ରିପ୍ର ସ୍ବାସ୍ଥ୍ୟ ଅଧିକାରୀମାନେ ଆଇସ୍କ୍ରିମ୍ ଫ୍ରିଜର୍ରେ ରଖୁଛନ୍ତି।
ଦଶନ୍ଧି ଦଶନ୍ଧି ଧରି ଇସ୍ରାଏଲ୍ ଉପରେ ମାରାତ୍ମକ ଆକ୍ରମଣ କରିଆସୁଥିବା ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଉପରେ ପ୍ରତିଶୋଧ ନେବା ଲାଗି ସମ୍ପ୍ରତି ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଉପରେ ଭୟଙ୍କର ବୋମାବର୍ଷଣ କରୁଛି।
ଦେଇର୍ ଅଲ୍-ବାଲାହ୍ସ୍ଥିତ ‘ଶୁହାଦା ଅଲ୍-ହସ୍ପିଟାଲ୍’ର ଡାକ୍ତର ୟାସେର୍ ଅଲି କହିଛନ୍ତି, ଡାକ୍ତରଖାନାର ଶବାଗାରରେ ମାତ୍ର ୧୦ଟି ଶବ ରହିପାରିବ। ତେଣୁ, ବିପୁଳସଂଖ୍ୟକ ସହିଦମାନଙ୍କ ଶବ ରଖିବା ପାଇଁ ଆମେ ଆଇସ୍କ୍ରିମ୍ କାରଖାନାମାନଙ୍କରୁ ‘ଆଇସ୍କ୍ରିମ୍ ଫ୍ରିଜର୍’ ଆଣିଛୁ।
Image Courtesy of SaltWireହସକୁରା ପିଲାମାନେ ଆଇସ୍କ୍ରିମ୍ କୋନ୍ ଖାଉଥିବା ଛବିଳ ବିଜ୍ଞାପନ ଲାଗିଥିବା ଉକ୍ତ ଟ୍ରକ୍ଗୁଡ଼ିକରେ ସାଧାରଣତଃ ସୁପରମାର୍କେଟ୍କୁ ଆଇସ୍କ୍ରିମ୍ ପରିବହନ କରାଯାଏ। କିନ୍ତୁ, ଏବେ ସେସବୁ ହମାସ ଓ ଇସ୍ରାଏଲୀୟ ସେନା ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ରଖିବା ପାଇଁ କାମଚଳା ଶବାଗାର ପାଲଟିଛି।
ଡାକ୍ତର ଅଲି କହିଛନ୍ତି, ଗାଜା ଷ୍ଟ୍ରିପ୍ ସଙ୍କଟରେ ପଡ଼ିଛି। ଯଦି ଯୁଦ୍ଧ ଲାଗିରହେ ଆମେ ମୃତବ୍ୟକ୍ତିମାନଙ୍କ ଶବ ବି ପୋତି ପାରିବୁ ନାହିଁ। ଶ୍ମଶାନ ସବୁ ପୂର୍ଣ୍ଣ ହୋଇସାରିଛି। ଶବ ପୋତିବାକୁ ଆମେ ନୂଆ ଶ୍ମଶାନ ଆବଶ୍ୟକ କରୁଛୁ।
ଗାଜା ସହର କର୍ତ୍ତୃପକ୍ଷମାନେ ବି ଗଣସାମାଧି ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟର ମୁଖ୍ୟ ସଲାମା ମାରୌଫ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/it.jpg)