ତେଲ୍ ଅଭିଭ୍ : ହାମାସ ବିରୋଧରେ ଯୁଦ୍ଧରେ ଇସ୍ରାଏଲ ସେନା ରୋବୋଟ୍ ମ୍ୟାପିଂ ବ୍ୟବହାର କରିବା ସହ ଏକ ସ୍ବତନ୍ତ୍ର ପ୍ରକାରର ଜେଲ ( ଅଠାଳିଆ ବିସ୍ଫୋରକ) ବିସ୍ଫୋରଣ କରି ଶତ୍ରୁର ସୁଡ଼ଙ୍ଗଗୁଡ଼ିକୁ ଧ୍ୱଂସ କରୁଛି। ଇସ୍ରାଏଲ ସେନା ଇଞ୍ଜିନିୟରମାନେ ଉତ୍ତର ଗାଜାର ଏକ ଖାଲି ଡାକ୍ତରଖାନା ତଳେ ଥିବା ହମାସ ସୁଡ଼ଙ୍ଗର ପ୍ରବେଶ ଦ୍ୱାରରେ ଏପରି ବିସ୍ଫୋରଣ କରିଥିଲେ।
ସର୍ଭିଲାନ୍ସ ଫୁଟେଜରେ ଦେଖିବାକୁ ମିଳିଛି ଯେ ବିସ୍ଫୋରଣ ବିଲ୍ଡିଂକୁ ଘେରି ଯାଇଥିଲା ଏବଂ ବେଇତ୍ ହାନୁନ୍ ସହରର ଏକ ନିକଟସ୍ଥ ରାସ୍ତାର ଅତି କମରେ ତିନୋଟି ସ୍ଥାନରୁ ଧୂଆଁ ବାହାରୁଥିଲା।
ଦକ୍ଷିଣ ଇସ୍ରାଏଲର ଜିଲିମ୍ ଗ୍ରାଉଣ୍ଡ ଫୋର୍ସ ବେସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରାଏଲସେନାର ଜଣେ ଅଧିକାରୀ କହିଛନ୍ତି, ଜେଲ୍ ବ୍ୟାପି ଯାଇଥିଲା ଏବଂ ହମାସ୍ ଆମ ବିରୋଧରେ ପ୍ରୟୋଗ ପାଇଁ ସୁଡ଼ଙ୍ଗରେ ଯାହା ରଖିଥିଲା ତାହା ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଗାଜାରେ ହାମାସ ବିରୋଧରେ ଇସ୍ରାଏଲର ସାମରିକ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସୁଡ଼ଙ୍ଗଗୁଡ଼ିକୁ ସଫା କରିବା । ଯୁଦ୍ଧାସ୍ତ୍ର କାମ କରୁନଥିବା ବେଳେ ସେନା ଟ୍ରାକର ରୋବଟ୍ ଏବଂ ଅନ୍ୟାନ୍ୟ ରିମୋଟ୍ ଅପରେଟେଡ୍ ଟେକ୍ନୋଲୋଜି ବ୍ୟବହାର କରି ବଙ୍କର ଖୋଜିବା, ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଖାଇ ଓ ଟନେଲରେ ପ୍ରବେଶ କରୁଛି ।