ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପୂରା ବିଶ୍ବକୁ ଦୋହଲାଇ ଦେଇଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଭୟାବହ ପରିସ୍ଥିତରେ ଆସି ପହଁଞ୍ଚିଛି। ଏହି ଯୁଦ୍ଧରେ ଉଭୟ ଦେଶର ସେନା, ସାଧାରଣ ନାଗରିକ ଓ ଶିଶୁଙ୍କ ମୃତ୍ୟୁ ହେଉଥିବାର ପ୍ରତିଦିନ ଖବର ସାମ୍ନାକୁ ଆସୁଛି।
ଏହି କ୍ରମରେ କାନାଡାରେ ଥିବା ଇସ୍ରାଏଲର କୂଟନୀତିଜ୍ଞ ୬ଜଣ ଫଟୋ ସାମ୍ବାଦିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗ୍ଲୋବାଲ ନ୍ୟୁଜ ଏଜେନ୍ସି ଏବଂ ବଡ଼ ଗଣମାଧ୍ୟମରେ କାମ କରୁଥିବା ଗାଜାର ଫ୍ରିଲାନ୍ସ ଫଟୋ ସାମ୍ବାଦିକମାନେ ବିଶ୍ବାସଘାତକତା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କାରଣ ସେମାନେ ହମାସ ଆକ୍ରମଣ କରିବା କଥା ପୂର୍ବରୁ ଜାଣିଥିଲେ।
ଯେତେବେଳେ ହମାସ ଯୁଦ୍ଧ ବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଲା ୬ଜଣ ଫଟୋ ସାମ୍ବାଦିକ ଉକ୍ତ ଘଟଣାର ପରିଣତି ଓ ଭୟାବହତା ସମୟରେ ବିଚଳିତ ନହୋଇ ଫଟୋ ଉତ୍ତୋଳନ କରିଥିଲେ। ଯେମିତି କି ସେମାନେ ପୂର୍ବରୁ ଏହି ସୂଚନା ପାଇଥିଲେ ଆଉ ଫଟୋ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ବୋଲି ସନ୍ଦେହ କରାଯାଉଛି।
Shocking exposé by @HonestReporting: Photographers working for AP, Reuters, NY Times and CNN were embedded with Hamas on the Oct 7th massacre. Did they know about the attack beforehand?!
Gazan freelance journalist Hassan Eslaiah whom both AP & CNN used on Oct. 7.
Here he is… pic.twitter.com/T73dMrzlbv— Consul General Idit Shamir (@ShamirIdit) November 9, 2023
ଏହି ଘଟଣା ପରେ ଇସ୍ରାଏଲ ସରକାର ଉକ୍ତ ୬ଜଣ ସାମ୍ବାଦିକ କାର୍ଯ୍ୟରତ ଥିବା ଗଣମାଧ୍ୟମର ବ୍ୟୁରୋଚିଫଙ୍କୁ ଚିଠି ଲେଖି ଏହି ଘଟଣାର ସ୍ପଷ୍ଟୀକରଣ ମାଗିଛନ୍ତି।
ଅନ୍ୟପକ୍ଷରେ ଆମେରିକାର ପ୍ରମୁଖ ଗଣମାଧ୍ୟମ ‘ନ୍ୟୁୟର୍କ ଟାଇମ୍ସ’ର କାର୍ଯ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥିତ କର୍ମୀ ଏକତ୍ରୀତ ହୋଇ ଗଣମାଧ୍ୟମ ସଂସ୍ଥାର ଯୁଦ୍ଧ ଖବର ସଂକ୍ରାନ୍ତୀୟ ନୀତି ବିରୋଧରେ ପ୍ରଦର୍ଶନ କରିଥିଲେ। ଯୁଦ୍ଧ ଫଳରେ ହଜାର ହଜାର ପାଲେଷ୍ଟନେୀୟ ଓ ସାମ୍ବାଦିକଙ୍କର ଗାଜାରେ ହତ୍ୟା ହେଉଥିବାରୁ ଏହାର ପ୍ରତିବାଦ କରିଥିଲେ।