ତେଲ ଅଭିବ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଉପରେ କଟକଣା ଲଗାଇଛି ଇସ୍ରାଏଲ । ମୁଖ୍ୟ ଇସ୍ରାଏଲ ପ୍ରତି ପକ୍ଷପାତିତା କରୁଥିବା ଅଭିଯୋଗ କରି ଇସ୍ରାଏଲ କହିଛି ଯେ ତାଙ୍କୁ ଦେଶ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ମିଳିତ ଜାତିସଂଘ ମହାସଚିବ ଇରାନର ବିଶାଳ କ୍ଷେପଣାସ୍ତ୍ର ଆକ୍ରମଣକୁ ସ୍ପଷ୍ଟ ନିନ୍ଦା କରି ନାହନ୍ତି ବୋଲି ଇସ୍ରାଏଲ ଅଭିଯୋଗ କରିଛି।
ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ, ବିଶ୍ୱର ପ୍ରାୟ ସବୁ ଦେଶ ପରି ଇସ୍ରାଏଲ ଉପରେ ଇରାନର ଜଘନ୍ୟ ଆକ୍ରମଣକୁ ଯିଏ ସ୍ପଷ୍ଟ ଭାବେ ନିନ୍ଦା କରିପାରିବ ନାହିଁ, ସେ ଇସ୍ରାଏଲ ମାଟିରେ ପାଦ ରଖିବାକୁ ଯୋଗ୍ୟ ନୁହେଁ।

ଏହି ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଗୁଟେରେସ୍ ଅକ୍ଟୋବର ୭ ରେ ହାମାସ ହତ୍ୟାକାରୀଙ୍କ ଦ୍ୱାରା ହୋଇଥିବା ଗଣହତ୍ୟା ଏବଂ ଯୌନ ଅତ୍ୟାଚାରକୁ ଏପର୍ଯ୍ୟନ୍ତ ନିନ୍ଦା କରିନାହାଁନ୍ତି। ଏପରିକି ସେ ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିନାହାନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଥିଲା। ଇରାନ୍ ଏହାକୁ ହିଜବୁଲ୍ଲା ଏବଂ ହାମାସ ନେତାଙ୍କ ହତ୍ୟା ବିରୋଧରେ ଆକ୍ରମଣ ବୋଲି କହିଛି। ଏହି ମାମଲାରେ ଆମେରିକା ଇସ୍ରାଏଲ ସହ ଆସିଥିଲା।