ତେହେରାନ: କିଛିଦିନର ଭୟଙ୍କର ଯୁଦ୍ଧ, ଅନେକ କ୍ଷୟକ୍ଷତି ଓ ପ୍ରାୟ ସହସ୍ରାଧିକ ଲୋକ ମୃତାହତ ହେବା ପରେ ଯୁଦ୍ଧବିରତି ପାଇଁ ସୋମବାର ଇରାନ ଓ ଇସ୍ରାଏଲ ବିଭିନ୍ନ ସର୍ତ୍ତ ଓ ଦୋଷାରୋପ ଭିତରେ ରାଜି ହୋଇଛନ୍ତି। ଅସ୍ତ୍ରବିରତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ଏହାର ସମସ୍ତ ଶ୍ରେୟ ନେବାକୁ ଆଗେଇ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ଟ୍ରୁଥ୍ ସୋସିଆଲରେ କହିଛନ୍ତି- ଦୁଇ ଦେଶ ପରସ୍ପର ସହ କ୍ଷେପଣାସ୍ତ୍ର ବିନିମୟ ଜାରି ରଖିଥିବା ବେଳେ ଉଭୟ ଦେଶ ପ୍ରାୟ ଏକ ସମୟରେ ମୋ ପାଖକୁ ଶାନ୍ତି ପ୍ରସ୍ତାବ ନେଇ ଆସିଲେ। ମୁଁ ଜାଣିଥିଲି ଏହା ହେଉଛି ଉପଯୁକ୍ତ ସମୟ। ସମଗ୍ର ବିଶ୍ବ ଓ ମଧ୍ୟପ୍ରାଚ୍ୟ ହେଉଛନ୍ତି ବାସ୍ତବ ବିଜେତା।
ଟ୍ରମ୍ପ ଆହୁରି କହିଛନ୍ତି, ଉଭୟ ରାଷ୍ଟ୍ର ଭବିଷ୍ୟତରେ ପ୍ରଚୁର ପ୍ରେମ, ଶାନ୍ତି ଓ ସମୃଦ୍ଧି ଦେଖିବେ। ସେମାନେ ବହୁତ କିଛି ପାଇବାର ଅଛି, କିନ୍ତୁ ଯଦି ସେମାନେ ନ୍ୟାୟ ଓ ସତ୍ୟର ରାସ୍ତାରୁ ବିଚ୍ୟୁତ ହୁଅନ୍ତି ତେବେ ବହୁତ କିଛି ହରାଇବାକୁ ବି ଅଛି। ଇସ୍ରାଏଲ ଓ ଇରାନର ଭବିଷ୍ୟତ ଅସୀମିତ ଓ ମହାନ ପ୍ରତିଶ୍ରୁତିରେ ପରିପୂର୍ଣ୍ଣ ବୋଲି ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶ୍ରେୟ ଦାବି କରିଥିବା ଟ୍ରମ୍ପ କହିଛନ୍ତି। ଏପରିକି ଟ୍ରମ୍ପଙ୍କ ସହଯୋଗୀ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହି ଘୋଷଣାରେ ଆଶ୍ଚର୍ଯ୍ୟ ଥିବା ଜଣାପଡିଛି। ପରେ ହ୍ୱାଇଟ୍ ହାଉସ୍ କହିଛି ଯେ କତରର ଶାସକ ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କ ମଧ୍ୟସ୍ଥତାରେ ଏହା ସମ୍ଭବ ହୋଇଛି। ଟ୍ରମ୍ପ ନିଜ ଘୋଷଣାକୁ ସାର୍ବଜନୀନ କରିବା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। ଇରାନ ମଧ୍ୟ ଏହି ଚୁକ୍ତିକୁ ନିଶ୍ଚିତ କରିବା ପାଇଁ ତିନି ଘଣ୍ଟା ଅପେକ୍ଷା କରିଥିଲା। ଟ୍ରମ୍ପ ନିଜକୁ ଏହି ଅସ୍ତ୍ରବିରତିର ରୂପକାର ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହା ଏକ ଯୁଦ୍ଧ ଯାହା ବର୍ଷ ବର୍ଷ ଧରି ଚାଲିଥାନ୍ତା ଏବଂ ସମଗ୍ର ମଧ୍ୟପ୍ରାଚ୍ୟକୁ ଧ୍ୱଂସ କରିଥାନ୍ତା, କିନ୍ତୁ ଏହା ହେଲା ନାହିଁ ଓ ଆଉ କେବେ ବି ହେବ ନାହିଁ! ଭଗବାନ ଇସ୍ରାଏଲକୁ ଆଶୀର୍ବାଦ ଦିଅନ୍ତୁ, ଭଗବାନ ଇରାନକୁ ଆଶୀର୍ବାଦ ଦିଅନ୍ତୁ, ଭଗବାନ ମଧ୍ୟପ୍ରାଚ୍ୟକୁ ଆଶୀର୍ବାଦ ଦିଅନ୍ତୁ, ଭଗବାନ ଆମେରିକାକୁ ଆଶୀର୍ବାଦ ଦିଅନ୍ତୁ ଏବଂ ଭଗବାନ ବିଶ୍ୱକୁ ଆଶୀର୍ବାଦ ଦିଅନ୍ତୁ ବୋଲି ଟ୍ରମ୍ପ କହିଛନ୍ତି।
ଇସ୍ରାଏଲ-ଇରାନ ଅସ୍ତ୍ରବିରତି, ବାହାଦୁରି ନେବାକୁ ଆଗଭର ଟ୍ରମ୍ପ
କିଛିଦିନର ଭୟଙ୍କର ଯୁଦ୍ଧ, ଅନେକ କ୍ଷୟକ୍ଷତି ଓ ପ୍ରାୟ ସହସ୍ରାଧିକ ଲୋକ ମୃତାହତ ହେବା ପରେ ଯୁଦ୍ଧବିରତି ପାଇଁ ସୋମବାର ଇରାନ ଓ ଇସ୍ରାଏଲ ବିଭିନ୍ନ ସର୍ତ୍ତ ଓ ଦୋଷାରୋପ ଭିତରେ ରାଜି ହୋଇଛନ୍ତି। ଅସ୍ତ୍ରବିରତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ଏହାର ସମସ୍ତ ଶ୍ରେୟ ନେବାକୁ ଆଗେଇ....
/sambad/media/media_files/2025/06/25/pzqsxdwer-2025-06-25-06-45-49.jpg)