ବେରୁତ : ଇସ୍ରାଏଲ ସେନା ଲେବାନନର ଅନେକ ହିଜବୁଲ୍ଲା ଗଡ଼ ଉପରେ ପ୍ରବଳ ଆକ୍ରମଣ ଜାରି ରଖିଛି । ଇସ୍ରାଏଲର ଜଣେ ଅଧିକାରୀ କହିଛନ୍ତି ଯେ ବେରୁତ ଆକ୍ରମଣରେ ହିଜବୁଲ୍ଲାର ବରିଷ୍ଠ ସାମରିକ ଅଧିକାରୀ ଇବ୍ରାହିମ ଅକିଲଙ୍କୁ ଟାର୍ଗେଟ କରାଯାଇଥିଲା। ଅକିଲ ପୂର୍ବରୁ ହିଜବୁଲ୍ଲାର ରାଦୱାନ ଫୋର୍ସ ଏବଂ ଗୋଷ୍ଠୀର ସର୍ବୋଚ୍ଚ ସାମରିକ ପରିଷଦର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଅନ୍ୟପକ୍ଷରେ ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ବେରୁତରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୯ ଜଣ ଆହତ ହୋଇଛନ୍ତି ।
ହିଜବୁଲ୍ଲା ଆତଙ୍କବାଦୀ ସଂଗଠନର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି ଯେ ଶୁକ୍ରବାର ଦିନ ଯେତେବେଳେ ଇସ୍ରାଏଲ ସେନା ଏକ କୋଠାକୁ ଟାର୍ଗେଟ କରିଥିଲା, ସେତେବେଳେ ଅକିଲ ସେଠାରେ ଉପସ୍ଥିତ ଥିଲେ।
ହିଜବୁଲ୍ଲା ଆତଙ୍କବାଦୀ ସଂଗଠନର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି ଯେ ଶୁକ୍ରବାର ଦିନ ଯେତେବେଳେ ଇସ୍ରାଏଲ ସେନା ଏକ କୋଠାକୁ ଟାର୍ଗେଟ କରିଥିଲା, ସେତେବେଳେ ଅକିଲ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଏହି ଆକ୍ରମଣରେ ଅକିଲ ନିହତ ହୋଇଛନ୍ତି କି ନା ତାହା ସେ ନିଶ୍ଚିତ କରିନାହାନ୍ତି । ୧୯୮୩ମସିହାରେ ବେରୁତସ୍ଥିତ ଆମେରିକୀୟ ଦୂତାବାସ ଉପରେ ବୋମା ମାଡ଼ ଘଟଣାରେ ତାଙ୍କର ଭୂମିକା ଥିବା ଅଭିଯୋଗରେ ଆମେରିକାର ବୈଦେଶିକ ବିଭାଗ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ଗତକାଲି ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲା ଘୋଷଣା କରିଥିଲେ ଯେ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନିଆଯିବ । କିନ୍ତୁ ତାଙ୍କର ଏହି ଭାଷଣ ଚାଲିଥିବାବେଳେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଜାରି ରହିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/9I1UA3WJk7dhvskBm9v9.jpg)