ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହେଲା ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟ୍, ଏବେ ଭାରତର ଚନ୍ଦ୍ରଯାନ ଉପରେ ସମସ୍ତଙ୍କ ଆଖି

ନୂଆଦିଲ୍ଲୀ : ଇସ୍ରାଏଲର ଚନ୍ଦ୍ରରେ ଓହ୍ଲାଇବା ଅଭିଯାନ ବିଫଳ ହେବା ପରେ ଭାରତ ଉପରେ ଏବେ ସମସ୍ତଙ୍କ ଆଖି । କାରଣ ଆସନ୍ତା ମେ ମାସରେ ଭାରତ ନିଜର ୨ୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏଥର ଭାରତୀୟ ଚନ୍ଦ୍ରଯାନ ଚନ୍ଦ୍ରରେ ଓହ୍ଲାଇବାକୁ ଯାଉଛି । ଏଥିରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଇସ୍ରାଏଲର ଅଭିଯାନ ସଫଳ ହୋଇଥିଲେ ସେ ବିଶ୍ବର ୪ର୍ଥ ଦେଶ ହୋଇଥାନ୍ତା । କିନ୍ତୁ ଆଜି ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟ୍ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଛି । ପ୍ରାୟ ୧୦ କିମି ଦୂରରେ ଏହି ଯାନରେ ତ୍ରୁଟି ଦେଖାଦେଇଥିଲା ।

ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ ଓ ଏବେ ମେ ମାସକୁ ଘୁଞ୍ଚାଇଦିଆଯାଇଛି । କିନ୍ତୁ ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା ।

ସମ୍ବନ୍ଧିତ ଖବର