ହାଇଦ୍ରାବାଦ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ପୁଣି ଥରେ ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟା ଉପରେ ନିଜର ମତ ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପାଲେଷ୍ଟାଇନର ଜମିକୁ ଗତ ୮୦ ବର୍ଷ ହେଲା ଜବରଦଖଲ କରିଛି ।
ଜୟପୁରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଓୱେସି କହିଛନ୍ତି “ବାସ୍ତବତା ହେଉଛି ଗତ ୮୦ ବର୍ଷ ଧରି ଇସ୍ରାଏଲ ପାଲେଷ୍ଟାଇନର ଜମି ଦଖଲ କରିଛି।“
ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଓୱେସି କହିଛନ୍ତି, ମୁଁ ଆମ ଦେଶର ଲୋକଙ୍କୁ କହିବାକୁ ଚାହୁଁଛି ଯେ ମହାତ୍ମା ଗାନ୍ଧୀ କହିଥିଲେ ଯେ ପାଲେଷ୍ଟାଇନ ଆରବମାନଙ୍କ ଦେଶ, ଯେମିତି ଇଂଲଣ୍ଡ ବ୍ରିଟିଶମାନଙ୍କ ଦେଶ ଏବଂ ଫ୍ରାନ୍ସର ଦେଶ। ଭାରତ ସର୍ବଦା ପାଲେଷ୍ଟାଇନ୍ ବାସୀଙ୍କୁ ସମର୍ଥନ କରିଛି। ଆମେ ସବୁବେଳେ ଅନୁଭବ କରୁଥିଲୁ ଯେ ପାଲେଷ୍ଟାଇନର ନିଜସ୍ୱ ସ୍ୱାଧୀନ ଦେଶ ରହିବା ଉଚିତ।
ଏହା ପୂର୍ବରୁ ଓୱେସି ଅଲ-ଅକ୍ସା ମସଜିଦର ଏକ ଫଟୋ ସେୟାର କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ ଗାଜା, ପାଲେଷ୍ଟାଇନ ଜିନ୍ଦାବାଦ, ହିଂସା ମୁର୍ଦ୍ଦାବାଦ। ଅଲ୍-ଅକ୍ସା ମସଜିଦର ଜୟ ହେଉ ।
ଏହା ପୂର୍ବରୁ ଓୱେସି କହିଥିଲେ, ୨୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୧୦ ଲକ୍ଷ ଗରିବ ଲୋକ ବାସହୀନ ହୋଇଛନ୍ତି। ବିଶ୍ବ ନୀରବ ରହିଛି । ବିଶ୍ବ ଇସ୍ରାଏଲର ଜବରଦଖଲ ଦେଖୁନାହଁ, ଅତ୍ୟାଚାର ଦେଖୁନାହଁ।