ଯୁଦ୍ଧ ଚାଲିଥିବାବେଳେ ଅସୁସ୍ଥ ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ତେଲ ଅଭିଭ୍ : ହାମାସ ସହ ଇସ୍ରାଏଲର ଗତ ୬ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲରୁ ଏକ ବଡ଼ ଖବର ଆସୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛି । ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ପଦ ବର୍ତ୍ତମାନ ଉପପ୍ରଧାନମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ୍ ଲେଭିନଙ୍କୁ ଦିଆଯାଇଛି। ହଠାତ୍ ଏହି ଘୋଷଣା ପରେ ଇସ୍ରାଏଲରେ ହଇଚଇ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏ ନେଇ ସୂଚନା ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନେତାନ୍ୟାହୁଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛି। କାର୍ଯ୍ୟାଳୟ ଏହାର ବୟାନରେ କହିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ନିୟମିତ ଯାଞ୍ଚ ସମୟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଠାରେ ହାର୍ନିଆ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଜି ରାତିରେ ହାର୍ଣ୍ଣିଆ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଯାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ପଦ ଉପପ୍ରଧାନମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ୍ ଲେଭିନ୍ ପୂରଣ କରିବେ।

ସମ୍ବନ୍ଧିତ ଖବର