ସ୍ୱାଧୀନତା ଦିବସ ଉପଲକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦେଲେ ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ବାବଦରେ ତ ଆପଣ ଜାଣିଥିବେ | ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ବେଞ୍ଜାମିନ ନେତନ୍ୟହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତବାସୀଙ୍କୁ ଶୁଭକାମନା ଜଣାଇଛନ୍ତି | ନିଜ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ମନେ ପକାଇଛନ୍ତି |


ଏଠାରେ ସୂଚନା ଥାଉ କି ଇସ୍ରାଏଲ ବନ୍ଧୁତା ଦିବସ ଉପଲକ୍ଷେ ସୋସିଆଲ ମିଡ଼ିଆରେ ୧୯୭୫ ମସିହାର ହିଟ ଫିଲ୍ମ ‘ଶୋଲେ’ର ଗୀତ ‘ୟେ ଦୋସ୍ତି’ ମାଧ୍ୟମରେ ଶୁଭକାମନା ଜଣାଇଥିଲା | ବନ୍ଧୁତା ଦିବସ ଅବସରରେ ଇସ୍ରାଏଲ ପକ୍ଷରୁ ଭାରତକୁ କୁହାଯାଇଥିଲା ଯେ ‘ୟେ ଦୋସ୍ତି ହମ ନହିଁ ତୋଡେଙ୍ଗ’ ଅର୍ଥାତ ଆମେ ଏହି ବନ୍ଧୁତାକୁ କେବେ ବି ଭାଙ୍ଗିବାନି |

ଭାରତରେ ଥିବା ଇସ୍ରାଏଲ ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଥିଲା ଯେ ବନ୍ଧୁତା ଦିବସର ଢେର ଅଭିନନ୍ଦନ, ଆମର ବନ୍ଧୁତା ମଜଭୁତ ରହୁ | ଏହାପରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କୁ ନେଇ ହିଟ ଗୀତ ‘ୟେ ଦୋସ୍ତି’ର କିଛି ପଂକ୍ତି ଲେଖାଯାଇଥିଲା | ଏହି ଲେଖା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁଙ୍କ ସହ କିଛି ମୁହୂର୍ତ୍ତର ଭିଡିଓ ପୋଷ୍ଟ କରାଯାଇଥିଲା |

ସମ୍ବନ୍ଧିତ ଖବର