ଭାରତ ଆସୁଥିବା ଇସ୍ରାଏଲ ଜାହାଜ ଉପରେ ହେଲା ମିଶାଇଲ ମାଡ, ଇଞ୍ଜିନ ଖରାପ ପରେ ବି ଗୁଜୁରାଟ ତଟରେ ପହଞ୍ଚିଲା

ନୂଆଦିଲ୍ଲୀ: ଭାରତକୁ ମାଲ ନେଇ ଆସୁଥିବାବେଳେ ସମୁଦ୍ରରେ ଜାହାଜ ଉପରେ ହେଲା ମିଶାଇଲ ମାଡ | ଆଉ ମିଶାଇଲ ମାଡ ପରେ କ୍ଷତିଗ୍ରସ୍ତ ହୋଇଥିଲା ଜାହାଜ | ତଥାପି ଭାରତରେ ପହଂଚିଛି ଇସରାଲିୟ ଜାହାଜ | ଆଉ ଜାହାଜଟି ଭାରତରେ ପହଂଚିବା ପରେ ହିଁ ଏହି ଘଟଣା ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଇସ୍ରାଏଲରୁ ଏକ ଜାହାଜ ଆସି ଲାଗିଥିଲା | ଏହାର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା | ଆଉ ଜାହାଜର କ୍ୟାପଟେନ କହିଥିଲେ ଯେ ଜାହାଜ ଉପରେ ମିଶାଇଲ ମାଡ ଯୋଗୁଁ ଏଭଳି ଘଟଣା ଘଟିଛି |

ଆଉ ଏହି ଘଟଣାକୁ ନେଇ ଇସ୍ରାଏଲ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମିଶାଇଲ ଆକ୍ରମଣ ପଛରେ ଇରାନର ହାତ ରହିଛି | ଇସ୍ରାଏଲର ଏହି ଜାହାଜଟି ତାଞ୍ଜାନିଆରୁ ଭାରତକୁ ଆସୁଥିଲା | ଆଉ ଏହି ସମୟରେ ଏକ ମିଶାଇଲ ଆସି ଜାହାଜରେ ମାଡ ହୋଇଥିଲା | ଯାହାଫଳରେ ଜାହାଜର ଏକ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା ଓ ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା |

ତେବେ ଜାହାଜଟି ନିଜ ଗନ୍ତବ୍ୟ ପଥରେ ଆଗକୁ ବଢ଼ିପାରିବ ବୋଲି ଜାହାଜର କ୍ୟାପଟେନ ଆଶା ରଖିଥିଲେ | ଆଉ ଜାହାଜଟି ଆସି ଭାରତରେ ପହଞ୍ଚିଥିଲା | ସୂଚନା ଥାଉ କି ଗତମାସରେ ମଧ୍ୟ ଓମାନରେ ଏକ ଇସ୍ରାଏଲ ଜାହାଜ ଉପରେ ଆକ୍ରମଣ ହୋଇଥିଲା | ଆଉ ସେତେବେଳେ ମଧ୍ୟ ଇସ୍ରାଏଲ ସରକାର ଇରାନ ଉପରେ ଅଭିଯୋଗ ଆଣିଥିଲେ | କିନ୍ତୁ ଇରାନ ଏହାକୁ ଖଣ୍ଡନ କରିଥିଲା |

ସମ୍ବନ୍ଧିତ ଖବର