ଜେରୁସାଲେମ: ଇରାନରେ ୨୦୨୫ ଡିସେମ୍ବର ଶେଷ ଭାଗରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ପ୍ରତିବାଦ ୧୯ତମ ଦିନ ଧରି ଜାରି ରହିଛି। ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଭ୍ୟନ୍ତରୀଣ ବିରୋଧ, ଇଣ୍ଟରନେଟ୍ ବନ୍ଦ ଓ କଠୋର ସୁରକ୍ଷା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ପ୍ରକାଶ ପାଉଥିବାବେଳେ, ଆମେରିକା ପକ୍ଷରୁ ଖୋଲାଖୋଲି ଆକ୍ରମଣ ଧମକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।ଇରାନ-ଆମେରିକା ବିବାଦ ମଧ୍ୟରେ, ଆଶଙ୍କା ରହିଛି, ଯଦି ପରିସ୍ଥିତି ଯୁଦ୍ଧରେ ପରିଣତ ହୁଏ, ତେବେ ଇସ୍ରାଏଲ ମଧ୍ୟ ପ୍ରଭାବିତ ହେବ। ଏହି ସମୟରେ, ଇସ୍ରାଏଲର ଏକ ସରକାରୀ ବିମାନ ଦେଶ ଛାଡିବା ଖବର କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଥିଲା। କିନ୍ତୁ ବର୍ତ୍ତମାନ, ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ବଡ଼ ଖୁଲାସା ହୋଇଛି।
ଆହୁରି ପଢନ୍ତୁ- Sasankasana Yoga: ପିଠି ଦରଜ ରହୁଛି କି? ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଶଶାଙ୍କାସନ...
ରିପୋର୍ଟ ଅନୁଯାୟୀ, ପ୍ରତିବାଦ ପୂର୍ବରୁ ରୁଷ ମଧ୍ୟସ୍ଥତାରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଗୁପ୍ତ ବାର୍ତ୍ତା ଆଦାନପ୍ରଦାନ କରାଯାଇଥିଲା। ଯାହା ଦ୍ବାରା ସିଧାସଳଖ ସଂଘର୍ଷ ଏଡାଯାଇ ପାରିବ। ଡିସେମ୍ବର ଶେଷ ଭାଗରେ ଇରାନରେ ଗଣ ବିରୋଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ, ଇସ୍ରାଏଲ ରୁଷ ମାଧ୍ୟମରେ ଇରାନ ନେତୃତ୍ୱକୁ ଏକ ବାର୍ତ୍ତା ପଠାଇଥିଲା। ସେଥିରେ ସୂଚିତ କରାଯାଇଥିଲା ଯେ, ଇରାନ ପକ୍ଷରୁ ଆକ୍ରମଣ ନ କରାଗଲେ ଇସ୍ରାଏଲ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଇରାନ ସମାନ ପ୍ରତିଶ୍ରୁତି ସହିତ ପ୍ରତିକ୍ରିୟା ଦେଇଥିଲା ଯେ ଆମେ ପ୍ରଥମେ ଆକ୍ରମଣ କରିବୁ ନାହିଁ। ଏହି କୂଟନୈତିକ ବାର୍ତ୍ତା ଇରାନକୁ ମୁକାବିଲାରୁ ନିବୃତ୍ତ କରିବା ଏବଂ ପରିସ୍ଥିତିକୁ ଏକ ଆଞ୍ଚଳିକ ଯୁଦ୍ଧରେ ପରିଣତ ହେବାରୁ ରୋକିବା ପାଇଁ ଉଦ୍ଦିଷ୍ଟ ଥିଲା।ଆମେରିକାରେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନା ହେବାରେ ଲାଗିଛି। ପେଣ୍ଟାଗନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନର ପରମାଣୁ ପ୍ରତିଷ୍ଠାନ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସ୍ଥଳ ଉପରେ ଆକ୍ରମଣ ଠାରୁ ଆରମ୍ଭ କରି ସାଇବର ଆକ୍ରମଣ ପର୍ଯ୍ୟନ୍ତ ଅନେକ ବିକଳ୍ପ ପ୍ରଦାନ କରିଛି।
ଆହୁରି ପଢନ୍ତୁ- Iran protests LIVE: ସାମରିକ ଉତ୍ତେଜନା ମଧ୍ୟରେ ଦୁଇଘଣ୍ଟା ବାୟୁସୀମା ବନ୍ଦ କଲା ଇରାନ: ପ୍ରଭାବିତ ହେଲା ବିମାନ ସେବା
ଏହି ଘଟଣାକ୍ରମରେ, ଇସ୍ରାଏଲ ସେନା କହିଛି, ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ। ସେନା ମୁଖ୍ୟ ନିରନ୍ତର ପରିସ୍ଥିତି ସମୀକ୍ଷା କରୁଛନ୍ତି ଏବଂ ସମସ୍ତ ୟୁନିଟକୁ ହାଇ ଆଲର୍ଟରେ ରଖାଯାଇଛି। ତେବେ ସାଧାରଣ ନାଗରିକଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ପୂର୍ବ ଭଳି ରହିଛି। ଇସ୍ରାଏଲ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଗୁଜବ ଏଡାଇବାକୁ ଓ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି। ସୂତ୍ର ଅନୁଯାୟୀ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ଇରାନର ପ୍ରତିକ୍ରିୟା ନିଶ୍ଚିତ ବୋଲି ବିବେଚନା କରାଯାଉଛି। ମାତ୍ର ଏହା ସିଧାସଳଖ ଇସ୍ରାଏଲ ବିରୋଧରେ ହେବ ନାହିଁ। ଏହା କିପରି ହେବ ତାହା ମୁଖ୍ୟତଃ ଆମେରିକାର କାର୍ଯ୍ୟାନୁଷ୍ଠାନର ପ୍ରକୃତି ଉପରେ ନିର୍ଭର କରିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/15/new-project-2-2026-01-15-16-42-09.jpg)