ଜେରୁଜେଲମ: ବୁଧବାର ଦିନ ଗାଜାରେ ଇସ୍ରାଏଲ ଟ୍ୟାଙ୍କ ଏବଂ ଡ୍ରୋନ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ହସ୍ପିଟାଲର କର୍ମଚାରୀ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଗାଜାର ଦେଇର ଅଲ୍ ବାଲାହ ଏବଂ ଦକ୍ଷିଣରେ ଖାନ୍ ୟୁନିସରେ ଏହି ଆକ୍ରମଣ ହୋଇଥିଲା। ଡାକ୍ତରଖାନା କର୍ମଚାରୀମାନେ କହିଛନ୍ତି ଯେ ଅଲ-ବାଲାହ ଏବଂ ଖାନ୍ ୟୁନିସରେ ଇସ୍ରାଏଲ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ହିଜବୁଲ୍ଲା ବୁଧବାର ୫୦ରୁ ଅଧିକ ରକେଟ୍ ନିକ୍ଷେପ କରି ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ହିଜବୁଲ୍ଲା କହିଛି ଯେ ମଙ୍ଗଳବାର ରାତିରେ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିଲା।
ଗାଜାରେ ଅସ୍ତ୍ରବିରତି ବୁଝାମଣା ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଇଜିପ୍ଟ ଏବଂ କାତାରରେ ତାଙ୍କ ସାଥୀ ମଧ୍ୟସ୍ଥିମାନଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି।
ନିକଟରେ ଇରାନ ଏବଂ ଲେବାନନରେ ହାମାସ ଏବଂ ହିଜବୁଲ୍ଲାର ଦୁଇ ଶୀର୍ଷ କମାଣ୍ଡରଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ପରେ ଏହି ଚୁକ୍ତିର ଆବଶ୍ୟକତା ଆହୁରି ବଢିଯାଇଛି । ଉଭୟ କମାଣ୍ଡରଙ୍କୁ ହତ୍ୟା କରିବା ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଇରାନ ଓ ହିଜବୁଲ୍ଲା ଦୁଇ କମାଣ୍ଡରଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-22-at-16.20.33.jpeg)