ଜେରୁଜେଲମ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଏବେ ଇସ୍ରାଏଲକୁ ଥାଡ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ଯାଉଛି ବୋଲି ଇସ୍ରାଏଲର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ନେଇ କୌଣସି ଔପଚାରିକ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।
ଆମେରିକା କେବଳ ଇସ୍ରାଏଲକୁ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ଯାଉନାହିଁ ବରଂ ଏହାକୁ ପରିଚାଳନା କରିବା ପାଇଁ ଇସ୍ରାଏଲରେ ଆମେରିକୀୟ ସୈନିକଙ୍କୁ ମଧ୍ୟ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ନିକଟରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ମୁଖ୍ୟତଃ ବିଫଳ ସାବ୍ୟସ୍ତ ହୋଇଥିଲା। ଏହାପରେ ହିଁ ଇସ୍ରାଏଲ ଏକ ନୂଆ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି।

ବର୍ତମାନ ଇସ୍ରାଏଲ ପାଖରେ ଆମେରିକାର ପ୍ୟାଟ୍ରିୟଟ୍ ମିସାଇଲ ଡିଫେନ୍ସ ସିଷ୍ଟମ ବ୍ୟତୀତ ଆଇରନ ଡୋମ ମିସାଇଲ ଡିଫେନ୍ସ ସିଷ୍ଟମ ରହିଛି । କିନ୍ତୁ ଇରାନର କ୍ଷେପଣାସ୍ତ୍ରକୁ ରୋକିବାରେ ମଧ୍ୟ ଏହା ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି। ଏଭଳି ସ୍ଥିତିରେ ଥାଡ ବ୍ୟବସ୍ଥାର ସମ୍ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ଯଦି ଇରାନର କ୍ଷେପଣାସ୍ତ୍ରକୁ ରୋକିବାରେ ବିଫଳ ହୁଏ ତେବେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପ୍ରଶ୍ନ ମଧ୍ୟ ଉଠିବ । କୁହାଯାଉଛି ଯେ ଥାଡ୍ ସିଷ୍ଟମ୍ ରୁଷିଆର ଏସ୍ ୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଠାରୁ ଅନେକ ଦୃଷ୍ଟିରୁ ବହୁତ ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/jMu2f8NkqfMO8szGHdMp.jpeg)