ତେଲ୍ ଅଭିଭ୍ : ଇରାନ ଆକ୍ରମଣର ପ୍ରତିଶୋଧ ନେବ ଇସ୍ରାଏଲ । ଆଜି ସକାଳେ ଇରାନ ୩୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ସହ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର କୁ ଖସାଇ ଦେଇଥିବା ଦାବି କରୁଥିବା ବେଳେ ଏହାକୁ ଏକ ପ୍ରକାର ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରୁଛି। ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ଇସ୍ରାଏଲ କହିଛି। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଆମର ଲଢ଼େଇ ଇସଲାମିକ ରିପବ୍ଲିକ୍ ବିରୋଧରେ, ଇରାନର ଲୋକଙ୍କ ସହ ନୁହେଁ।

Advertisment

ଇରାନର ଏହି ଆକ୍ରମଣ ପରେ ଗତକାଲିର ରାତିକୁ ଇସ୍ରାଏଲ ଏକ ଲମ୍ବା ରାତି ବୋଲି ବର୍ଣ୍ଣନା କରିଛି। ଇସ୍ରାଏଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ଯେ "ଏହା ଏକ ଲମ୍ବା ରାତି ଥିଲା, ଏହାର ସକାଳ ହୋଇଛି। ଗୋଟିଏ କଥା ସ୍ପଷ୍ଟ ଯେ ଆମେ ଶକ୍ତିଶାଳୀ, ଦୃଢ଼ ଏବଂ ଆତଙ୍କବାଦ ଆଗରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ। ଯିଏ ଇସ୍ରାଏଲର ଲୋକମାନଙ୍କୁ କ୍ଷତି ପହଞ୍ଚାଇବ, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। "

ସୂଚନାଯୋଗ୍ୟ, ଏପ୍ରିଲ ପହିଲାରେ ସିରିଆର ରାଜଧାନୀ ଦାମାସ୍କସରେ ଥିବା ନିଜ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଥିଲା, ଯେଉଁଥିରେ ଇରାନ ସେନାର ୨ ଜଣ ଜେନେରାଲଙ୍କ ସମେତ ରିଭୋଲ୍ୟୁସନରୀ ଗାର୍ଡର ୭ ଜଣ ଯବାନ ସହିଦ ହୋଇଥିଲେ। ସେବେଠାରୁ ଇରାନ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି।