ନୂଆଦିଲ୍ଲୀ: ହୌତୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତିକମ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ହମାସ, ହିଜବୁଲ୍ଲା ପରେ ଏବେ ଟାର୍ଗେଟରେ ୟେମେନ ସମର୍ଥିତ ହୌତୀ ସଂଗଠନ। ରବିବାର ଆଇଡିଏଫ ପକ୍ଷରୁ ୟେମେନରେ ରହିଥିବା ହୁତୀ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏନେଇ ଘୋଷଣା କରିଛନ୍ତି ଯେ ରବିବାର ଦିନ ୟେମେନର ହୁତି ଟାର୍ଗେଟରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି ।
ଆତଙ୍କୀଙ୍କ ଯୁଦ୍ଧ ବିମାନ ସମେତ ପାୱାର ପ୍ଲାଣ୍ଟ ଏବଂ ୟେମେନର ରସ ଇସା ଏବଂ ହୋଡିଡାହ ସମୁଦ୍ର ବନ୍ଦର ଉପରେ ମଧ୍ୟ ଆକ୍ରମଣ କରିଛି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ। ସେପଟେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା
ଏସବୁ ମଧ୍ୟ ଲେବାନନ ଇସ୍ରାଏଲ ସହ ଅସ୍ତ୍ରବିରତି ପାଇଁ କୁଟନୈତିକ ସ୍ତରରେ ପ୍ରୟାସ ଆରମ୍ଭ କରିଛି। ଲେବାନନର ସୂଚନା ମନ୍ତ୍ରୀ ଜିଆଦ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଲେବାନନ୍ ସରକାର ଅସ୍ତ୍ରବିରତି ପାଇଁ ରାଜି ଅଛନ୍ତି । ଏହା ଉପରେ ବିଚାର କରାଯିବା ଉଚିତ୍ । ସେପଟେ ନିଜ ଜିଦରେ ଅଟଳ ରହିଛି ଇସ୍ରାଏଲ । ଆତଙ୍କୀଙ୍କ ସମୂଳେ ବିନାଶ ନହେବା ଯାଏ ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି ଇସ୍ରାଏଲ ।
ଗତ ଦୁଇ ସପ୍ତାହ ମଧ୍ୟରେ ଲେବାନନରେ ଇସ୍ରାଏଲର ଆକ୍ରମଣ ଜୋରଦାର ହୋଇଛି। ଏହି ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଦେଶ ଛାଡ଼ି ପଳାୟନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/VlYU6xKFtOt2hD0zudiF.jpg)
