ଗାଜାରେ ହମାସ୍‌ର ମୂଳୋତ୍ପାଟନ ପାଇଁ ଇସ୍ରାଏଲ୍‌ର ଶପଥ

ଗାଜା/ଜେରୁଜେଲମ୍‌: ବୁଧବାର ଇସ୍ରାଏଲର ଘନ ଘନ ବିମାନ ଆକ୍ରମଣରେ ଗାଜାରେ ୮୩ ଜଣଙ୍କର ମୃତ୍ୟୁ ସାଙ୍ଗକୁ ବିପୁଳ କୋଠାବାଡ଼ି ଧ୍ବଂସ ହୋଇଥିବା ବେଳେ ଗୁରୁବାର ହମାସ ଆତଙ୍କବାଦୀମାନେ ଇସ୍ରାଏଲର ରାଜଧାନୀ ଜେରୁଜେଲମ୍‌ ଓ ବାଣିଜ୍ୟ ରାଜଧାନୀ ତେଲ ଆଭିଭ୍‌କୁ ଲକ୍ଷ୍ୟ କରି ରକେଟ୍‌ମାଡ଼ କରିଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ଗାଜାରୁ ହମାସମାନଙ୍କର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଇସ୍ରାଏଲ ପଣ କରିଥିବା ଘୋଷଣା କରିଛି।

ହମାସର ଏହି ରକେଟ୍‌ ଆକ୍ରମଣରେ ଧନଜୀବନ ହାନିର ସବିଶେଷ ବିବରଣୀ ଆସି ନଥିଲା ବେଳେ ହଜାର ହଜାର ଇସ୍ରାଏଲ ନାଗରିକ ପ୍ରାଣବିକଳରେ ଏତେତେଣେ ଆଶ୍ରୟ ନେବା ପାଇଁ ଦୌଡୁଥିବା ଦେଖାଯାଇଥିଲା। ସୂଚନା ଥାଉ କି, ଗତ ସୋମବାର ଠାରୁ ଉଭୟ ପକ୍ଷ ମଧ୍ୟରେ ଜାରି ରହିଥିବା ଏହି ଆକ୍ରମଣରେ ଗାଜାରେ ମୋଟ ୮୩ଜଣ ପାଲେଷ୍ଟେନୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଇସ୍ରାଏଲୀଙ୍କର ମଧ୍ୟ ପ୍ରାଣହାନି ହୋଇଛି। ସେଠାରେ ହିଂସାକାଣ୍ଡର ଅନ୍ତ ଆଣିବା ପାଇଁ ଇଜିପ୍ଟ, କତାର ଆଦି ପଡ଼ୋଶୀ ରାଷ୍ଟ୍ର ସମେତ ଜାତିସଂଘର ଉଦ୍ୟମ ମଧ୍ୟ ବିଫଳ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ କୂଟନୀତିଜ୍ଞ ହାଦି ଆମରଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର