ତେଲ୍ ଅଭିଭ୍: ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ ଆଜି ବିମାନ ଆକ୍ରମଣ କରିଛି। ଇସ୍ରାଏଲର ଆକ୍ରମଣରେ ୨ ଶିଶୁଙ୍କ ସମେତ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ। ଦକ୍ଷିଣ ଲେବାନନ୍ର ନବାତେହ ସହରରେ ଆଜି ଇସ୍ରାଏଲ ବାୟୁସେନା କେତେକ ଟାର୍ଗେଟ୍ ଉପରେ ବୋମାମାଡ଼ କରିଥିଲା। ସମସ୍ତ ମୃତାହତ ନାଗରିକ ସିରିଆର ବୋଲି ଜଣାପଡ଼ିଛି। ହିଜବୁଲ୍ଲା ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ଏକ ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରି ଏହି ବିମାନ ଆକ୍ରମଣ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦୋହାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି କଥାବାର୍ତ୍ତା ଶୁକ୍ରବାର ବନ୍ଦ ରହିବାପରେ ଆଜି ଏହି ଆକ୍ରମଣ ହୋଇଛି। ଇସ୍ରାଏଲ୍ ଅଧିକୃତ ଗୋଲାନରେ ନିକଟରେ ହିଜବୁଲ୍ଲା ଆକ୍ରମଣ ଯୋଗୁଁ ୧୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇସ୍ରାଏଲ ବାୟୁସେନା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଶୀର୍ଷ ହିଜବୁଲ୍ଲା କମାଣ୍ଡରକୁ ବେରୁଟ୍ରେ ତୁରନ୍ତ ନିପାତ କରି ଇସ୍ରାଏଲ ଏହାର ଜବାବ ଦେଇଥିଲା। ଲେବାନନ୍ରେ ଆଗକୁ ମଧ୍ୟ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିବ ବୋଲି ଆଇଡିଏଫ୍ ସତର୍କ କରାଇ ଦେଇଛି।
ଲେବାନନ୍ରେ ଇସ୍ରାଏଲର ବିମାନ ଆକ୍ରମଣ, ୧୦ ମୃତ
/sambad/media/post_attachments/wp-content/uploads/2024/08/dagdagagadadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)