ସିରିଆରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ: ୫ସିରିଆ ସୈନ୍ୟ ନିହତ, ଯୁଦ୍ଧ ବିମାନ ନଷ୍ଟ

ଦାମିସ୍କ୍‌ : ଇସ୍ରାଏଲ ସିରିଆର ଦାମିସ୍କ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଅନ୍ୟ କେତେକ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରିଛି। ଏଥିରେ ସିରିଆର ୫ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ସିରିଆର କେତେକ ଯୁଦ୍ଧ ବିମାନ ମଧ୍ୟ ନଷ୍ଟ ହୋଇଛି। ୨୦୧୧ ମସିହାରୁ ସିରିଆର ରାଷ୍ଟ୍ରପତି ବସାର-ଅଲ-ଅସାଦଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ଗୃହଯୁଦ୍ଧରେ ପରିଣତ ହେବା ପରଠାରୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର