ପୁଣି ଗାଜା ସହର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ୨୬ମୃତ, ୫୦ଆହତ

ନୂଆଦିଲ୍ଲୀ: ପୁଣି ଗାଜା ସହର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ | ଆଜି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ତିନିଟି କୋଠାକୁ ମାଟିରେ ମିଶାଇ ଦେଇଥିବା ସହ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି | ଏକ ସପ୍ତାହ ପୂର୍ବରୁ ଇସ୍ରାଏଲ୍ ସରକାର ଏବଂ ଆତଙ୍କବାଦୀ ହମାସ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜିର ଆକ୍ରମଣ ସବୁଠାରୁ ଭୟଙ୍କର ଥିଲା ବୋଲି ଜଣାପଡିଛି |

ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୧୦ ଜଣ ମହିଳା ଏବଂ ୮ଜଣ ଶିଶୁ ଅଛନ୍ତି ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଏହା ସହ ଆକ୍ରମଣରେ ୫୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି | ଏହାପୂର୍ବରୁ ଇସ୍ରାଏଲ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଥିଲା ଯେ, ଦକ୍ଷିଣ ସହରର ଖାନ ୟୁନିସଠାରେ ଥିବା ଗାଜାର ଶୀର୍ଷ ହମାସ ନେତାଙ୍କ ଘରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରାଯାଇଥିଲା। ଗତ ଦୁଇ ଦିନ ମଧ୍ୟରେ ହମାସର ବରିଷ୍ଠ ନେତାଙ୍କ ଘରେ ଏହା ତୃତୀୟ ଆକ୍ରମଣ ଥିଲା।

Israeli airstrikes kill 26 in downtown Gaza City in deadliest single attack,  say medics | Hindustan Times
Hindustan Times

ଏହା ପୂର୍ବରୁ ଆବଶ୍ୟକ ଥିବାଯାଏଁ ଇସ୍ରାଏଲ୍‌ ଗାଜା ଉପରେ ଆକ୍ରମଣ ଚାଲୁ ରଖିବା ସହ ସାଧାରଣ ନାଗରିକଙ୍କ ମୃତ୍ୟୁ ଏଡ଼ାଇବାକୁ ଯଥା ସମ୍ଭବ ଯତ୍ନବାନ ହେବେ ବୋଲି ଇସ୍ରାଏଲ୍‌ ଉପ‌ରକୁ ରକେଟ୍‌ ନିକ୍ଷେପ କରି ପ୍ରାୟ ସପ୍ତାହେ ହେବ ତିକ୍ତତା ଆରମ୍ଭ କରିଥିବା ହମାସ୍‌କୁ ନିନ୍ଦା କରି ଶନିବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଥିଲେ।

ଏହା ସହ ସାଧାରଣ ନାଗରିକମାନଙ୍କ ପଛରେ ଆତ୍ମଗୋପନ କରି ଜାଣିଶୁଣି ସାଧାରଣ ନାଗରିକଙ୍କର କ୍ଷତି କରୁଥିବା ହାମାସଙ୍କ ପରି ଆମେ ନୋହୁଁ। ଆମେ ସାଧାରଣ ନାଗରିକମାନଙ୍କୁ ଏଡ଼ାଇ ବା ସେମାନଙ୍କର ଯଥାସମ୍ଭବ କମ୍‌ କ୍ଷତି କରି ସିଧାସଳଖ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର