ଗାଜା: ଲେବାନନ୍ରେ ହେଜବୋଲ୍ଲା ଟାର୍ଗେଟ୍ ଉପରେ ଇସ୍ରାଏଲ ଗତକାଲି ରାତିସାରା ବିମାନ ଆକ୍ରମଣ କରିଛି। ଲେବାନନ୍ ପରିସରରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ମିଲିଟାରି ଟାର୍ଗେଟ୍ ଉପରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିଛି ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ଏଥିରେ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି। ହେଜବୋଲ୍ଲା ଓ ଏହାର ସହଯୋଗୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦଘନଉଥିବା ଦେଖିବାକୁ ମିଳିଛି। ଇସ୍ରାଏଲ କର୍ତ୍ତୃପକ୍ଷ ଲେବାନନ୍ ସୀମାର ପ୍ରାୟ ୨୮ଟି ସ୍ଥାନରୁ ହଜାର ହଜାର ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହମାସ ମୁଖପାତ୍ର ଅବୁ ଓବେଦେ କହିଛି ଗାଜାରେ ଇସ୍ରାଏଲର ସ୍ଥଳ ଅଭିଯାନ ଧମକକୁ ଏହା ଭୟ କରୁନାହିଁ ଏବଂ ମୁହାଁମୁହିଁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷେ ହେଜବୋଲ୍ଲା ମଧ୍ୟ ଇସ୍ରାଏଲ ସେନାର ପୋଷ୍ଟ୍କୁ ଟାର୍ଗେଟ୍ କରି ରକେଟ୍ ମାଡ଼ କରିଥିବା ଜଣାପଡ଼ିଛି।
ହେଜବୋଲ୍ଲା ଟାର୍ଗେଟ୍ ଉପରେ ଇସ୍ରାଏଲର ବିମାନ ଆକ୍ରମଣ
/sambad/media/post_attachments/wp-content/uploads/2023/10/dgdagdgdgd-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)