ଇସ୍ରାଏଲର ସେନା ପୋଷ୍ଟ କଲା ‘ହଟ୍‌ ସେଲଫି’; ଟୁଇଟର ବ୍ୟବହାରକାରୀ ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ଥିବା ଇସ୍ରାଏଲର ସେନା ରବିବାର ଏକ ‘ହଟ୍‌ ସେଲଫି’ ପୋଷ୍ଟ କରିବା ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଇସ୍ରାଏଲ ସେନାର ଟୁଇଟର ଆକାଉଣ୍ଟରେ ଜଣେ ମହିଳା ସେଲଫି ନେଉଥିବା ପୋଷ୍ଟ କରାଯାଇଛି। ଟୁଇଟରରେ ମହିଳାଙ୍କ ସେଲଫି ନେବାର ଏଭଳି ଫଟୋ ଦେଖିବା ପରେ ବ୍ୟବହାରକାରୀ ହଙ୍ଗାମା ଆରମ୍ଭ କରି ଦେଇଥିଲେ।

ବିପୁଳ ସଂଖ୍ୟାରେ ଲୋକମାନେ ଟୁଇଟ କରି ଇସ୍ରାଏଲ ସେନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ମାଇକଲ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଇସ୍ରାଏଲ ସେନାଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଆପଣ ଆପଣଙ୍କ ବ୍ୟକ୍ତିଗତ ଆକାଉଣ୍ଟ ବଦଳରେ ଇସ୍ରାଏଲ ସେନା ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଦେଇଛନ୍ତି କି?’ ସେହିପରି ଏଚଡି ନାମକ ଜଣେ ବ୍ୟବହାକାରୀ କହିଛନ୍ତି, ‘କ’ଣ ଏହା ନୂଆ ମିସାଇଲ୍‌ କି?’।

 

ଲିମିଟେଡ ବ୍ରେଡଷ୍ଟିକ୍‌ ଲେଖିଛନ୍ତି, ‘ମୁଁ ମିଛ କହୁ ନାହିଁ, ଏହି ମହିଳା ଜଣକ ମୋର ଗର୍ଲଫ୍ରେଣ୍ଡ। ସେ ଏକ ଘଣ୍ଟା ପୂର୍ବରୁ ମୋତେ କହିକି ଯାଇଥିଲା କି ମୁଁ ଶୋଇବାକୁ ଯାଉଛି। କ’ଣ ଆପଣ ମୋ ସହିତ ମଜାକ କରୁଛନ୍ତି।’

ସମ୍ବନ୍ଧିତ ଖବର