ଗାଜା : ଗାଜ‌ାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାର ଅଲ୍‌ସାତି ଶିବିର ଉପରେ ଆକ୍ରମଣ ହୋଇଛି ବୋଲି ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ କହିଛନ୍ତି। ହମାସ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ ଅଲ୍‌ ଥାୱବତା କହିଛନ୍ତି, ଅଲ୍‌ସାତି ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଲ ତୁଫା ଅଞ୍ଚଳରେ ଘର ଗୁଡ଼ିକୁ ଟାର୍ଗେଟ୍‌ କରାଯିବା ଫଳରେ ଆଉ ୧୮ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି।

Advertisment

ତେବେ ଇସ୍ରାଏଲ ସେନା ପକ୍ଷରୁ ଉକ୍ତ ଘଟଣାରେ ଏକ ବିବୃତି ଜାରି କରି କୁହାଯାଇଛି, ଆଇଡିଏଫ୍‌ର ଯୁଦ୍ଧ ବିମାନକୁ ଟାର୍ଗେଟ୍‌ କରାଯିବା ପରେ ଗାଜା ସହରରେ ୨ଟି ହମାସ ଆତଙ୍କବାଦୀ ଆଡ଼ାକୁ ଟାର୍ଗେଟ୍‌ କରାଯାଇଥିଲା। ଅନ୍ୟପକ୍ଷେ ହମାସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ନାଗରିକଙ୍କୁ ଟା‌ର୍ଗେଟ୍‌ କରି ଏଭଳି ଆକ୍ରମଣ ହୋଇଛି ଏବଂ ନାଜି ନେତାମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ।