ମଦରେ ବି ଚାଲିବ ଗାଡ଼ି ! ଇସ୍ରାଏଲ ଇଂଜିନିୟର ତିଆରି କଲେ ଆଲକହଲ ଓ ପାଣିରେ ଚାଲୁଥିବା କାର ଇଂଜିନ

ତେଲ ଆଭିଭ : ଇସ୍ରାଏଲର ମେମାର ରିସର୍ଚ୍ଚ ନାମକ ଏକ କମ୍ପାନି ଏପରି ଏକ ଗାଡି ଇଂଜିନି ତିଆରି କରିଛି ଯାହାକି ୭୦ ପ୍ରତିଶତ ପାଣି ଓ ୩୦ ପ୍ରତିଶତ ଆଲକହଲରେ ଚାଲିପାରିବ । ଏଥିପାଇଁ କୌଣସି ଡିଜେଲ ବା ପେଟ୍ରୋଲ ଆବଶ୍ୟକ ହେବ ନାହିଁ । କହିବାକୁ ଗଲେ ମଦ ଓ ପାଣି ମିଶାଇ ଇଂଜିନରେ ପକାଇଲେ ତାହା ଚାଲିବ ।

ଏହି ଇଂଜିନ ଦ୍ୱାରା ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ଓ ଖର୍ଚ୍ଚ ମଧ୍ୟ କମିବ । ଏହି ଇଂଜିନକୁ ବିକଶିତ କରିଛନ୍ତି ୟେହୁଦା ସମୁଏଲି ନାମକ ଜଣେ ୮୧ ବର୍ଷୀୟ ଇଂଜିନିୟର ଓ ତାଙ୍କର ଦୁଇ ପୁଅ ଏଇଟାନ ଓ ଡୋରନ । ସମୁଏଲି ଏହି ଇଂଜିନର ୩ ପ୍ରକାରର ପ୍ରତିକୃତି ତିଆରି କରିଛନ୍ତି । ଗୋଟିଏ ହେଉଛି କାର ଇଂଜିନି, ଆଉ ଏକ ଜେନେରେଟର ଇଂଜିନ ଓ ଅନ୍ୟ ଏକ ପ୍ରକାରର ଇଂଜିନ । ଏହି ଇଂଜିନ ବିଶ୍ୱର ପରିବହନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସମୁଏଲୀ କହିଛନ୍ତି । ମେମାର ରିସର୍ଚ୍ଚ କମ୍ପାନିକୁ ୟେହୁଦା ସମୁଏଲୀ ପ୍ରତିଷ୍ଠା କରିଥିଲେ । ଏବେ ତାଙ୍କ ପୁଅ ଏଇଟାନ ତାହାର ଅଧ୍ୟକ୍ଷ ଅଛନ୍ତି ।

ସମ୍ବନ୍ଧିତ ଖବର