ନୂଆଦିଲ୍ଲୀ: ଚୀନ୍ ରାଜଧାନୀ ବେଜିଂରେ ଆଜି ଇସ୍ରାଏଲର ଜଣେ ଦୂତାବାସ କର୍ମଚାରୀଙ୍କୁ ଛୁରାମାଡ଼ ହୋଇଛି। ଏହି ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ। କିନ୍ତୁ ହମାସ୍ ଆକ୍ରମଣ ବିରୋଧରେ ଚୀନ୍ର ଟିପ୍ପଣୀକୁ ଇସ୍ରାଏଲ ସମାଲୋଚନା କରିବାପରେ ଇସ୍ରାଏଲ ଦୂତାବାସ କର୍ମଚାରୀଙ୍କ ଉପରେ ଏଭଳି ଘାତକ ଆକ୍ରମଣ ହୋଇଛି। ଆହତ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ କେହି ବି ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଉକ୍ତ ଘଟଣା ପାଇଁ ଚୀନ୍ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ିଛି। ଇତିମଧ୍ୟରେ ଆମେରିକା ଇସ୍ରାଏଲକୁ ଏହାର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛି।
ଦୂତାବାସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆକ୍ରମଣ ଦୂତାବାସ ପରିସରରେ ହୋଇନାହିଁ ଏବଂ ବେଜିଂର ଏକ ରାସ୍ତାରେ ଏହି ଆକ୍ରମଣ ହୋଇଛି । ଇସ୍ରାଏଲୀ ଅଧିକାରୀମାନେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ବେଜିଂ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦୂତାବାସୀ କର୍ମଚାରୀଙ୍କୁ ଛୁରାମାଡ଼ ପ୍ରସଙ୍ଗରେ ଚୀନ୍ କୌଣସି ଟିପ୍ପଣୀ ନ ରଖିବା କୂଟନୈତିକ ମହଲକୁ ବିସ୍ମିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfhfshfshsfh-1.jpg)