କ୍ରମାଗତ ୩ୟ ଥର ପାଇଁ ନିଜର ଭାରତଗସ୍ତକୁ ବାତିଲ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜର ଆଗାମୀ ଭାରତ ଗସ୍ତକୁ ପୁଣି ଥରେ ସ୍ଥଗିତ ରଖିଛନ୍ତି । ଏହା ଫଳରେ ଚଳିତ ବର୍ଷ କ୍ରମାଗତ ୩ୟ ଥର ପାଇଁ ନେତାନ୍ୟାହୁଙ୍କ ଭାରତ ଗସ୍ତ ସ୍ଥଗିତ ରହିଛି । ସେ ଆସନ୍ତା ୯ ତାରିଖରେ ଏକ ଦିନିକିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା ।

ନେତାନ୍ୟାହୁ ମୋଦୀଙ୍କ ସହ ଫୋନରେ ଆଲୋଚନା କରି ଏହି ଗସ୍ତକୁ ବାତିଲ କରିଥିବା କୁହାଯାଉଛି । ଆସନ୍ତା ୧୭ ତାରିଖରେ ଇସ୍ରାଏଲରେ ନିର୍ବାଚନ ଥିବାରୁ ସେ ନିଜର ଭାରତ ଗସ୍ତକୁ ବାତିଲ କରିଥିବା କୁହାଯାଉଛି । ଆହୁରି ମଧ୍ୟ ଏହି ନିର୍ବାଚନରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ସେ ଆମେରିକା କିମ୍ବା ଋଷିଆ ଗସ୍ତରେ ଯାଇପାରନ୍ତି ବୋଲି ଟାଇମ୍ସ ଅଫ ଇସ୍ରାଏଲରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପୂର୍ବରୁ ସେ ଗତ ଫେବ୍ରୁଆରୀ ମାସରେ ଭାରତ ଆସିବାର ଥିଲା, ପରେ ଏହାକୁ ଏପ୍ରିଲ ମାସକୁ ଘୁଞ୍ଚାଇଦିଆଯାଇଥିଲା । ପରେ ଏହାକୁ ସେପ୍ଟେମ୍ବର ୯କୁ ଘୁଞ୍ଚାଇଦିଆଯାଇଥିଲା ।

ସମ୍ବନ୍ଧିତ ଖବର