ଜେରୁଜେଲମ୍ : ଇସ୍ରାଏଲ୍ର ୱାଇଜ୍ମ୍ୟାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବୈଜ୍ଞାନିକମାନେ ଏଭଳି ଏକ ଅଭିନବ ବ୍ୟାକ୍ଟେରିଆର ଉଦ୍ଭାବନ କରିଛନ୍ତି ଯାହା ଅଙ୍ଗାରକାମ୍ଳକୁ ଖାଇ ବଞ୍ଚି ପାରିବ ବୋଲି ଜଣାପଡ଼ିଛି। ଏହି ବୀଜାଣୁ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ୍କୁ ଶୋଷଣ କରିବା ଫଳରେ ଗ୍ରୀନ୍ ହାଉସ୍ ଗ୍ୟାସର ପରିମାଣ ହ୍ରାସ ପାଇବ। ଏହା ଫଳରେ ବିଶ୍ବ ତାପାୟନ ହ୍ରାସ ପାଇବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଇସ୍ରାଏଲ୍ ବୈଜ୍ଞାନିକ ଇ.କୋଲି ନାମକ ବ୍ୟାକ୍ଟେରିଆକୁ ଶର୍କରା ଖାଇବାକୁ ଦେବା ଫଳରେ ତାହା କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ ନିର୍ଗତ କରିଥିଲା। ବୈଜ୍ଞାନିକମାନେ ବାୟୁମଣ୍ଡଳର ଅଙ୍ଗାରକାମ୍ଳକୁ ବ୍ୟବହାର କରି ଶର୍କରା ପ୍ରସ୍ତୁତ କରିବା ପରେ ଏହି ଶର୍କରାରୁ ନୂଆ ବ୍ୟାକ୍ଟେରିଆର ଶରୀର ଗଠନ କରିବାର ଜ୍ଞାନଲାଭ କରିଛନ୍ତି। ବୈଜ୍ଞାନିକମାନେ ଲାବରେଟୋରିରେ ଏହି ନୂତନ ବ୍ୟାକ୍ଟେରିଆର ଜିନ୍ ମ୍ୟାପିଂ କରିବାରେ ମଧ୍ୟ ସଫଳତା ହାସଲ କରିଛନ୍ତି। ଏଭଳି ବ୍ୟାକ୍ଟେରିଆର ବିକାଶ ଫଳରେ ଇସ୍ରାଏଲର ବାୟୋଟେକ୍ କମ୍ପାନିମାନେ ଏଭଳି ବ୍ୟାକ୍ଟେରିଆ ଉତ୍ପାଦନ କରିବାକୁ ଆଗେଇ ଆସିଛନ୍ତି।
ଅଙ୍ଗାରକାମ୍ଳକୁ ଖାଇ ଧ୍ବଂସ କରିପାରୁଥିବା ବୀଜାଣୁ ଉଦ୍ଭାବନ କଲେ ଇସ୍ରାଏଲ ବୈଜ୍ଞାନିକ
/sambad/media/post_attachments/wp-content/uploads/2019/11/israeli-scientists-develop-bacteria.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)