ଇସ୍ରାଏଲୀ ବୈଜ୍ଞାନିକଙ୍କ ଦାବି, ପ୍ରତିଷେଧକର ବାଟ ମିଳିଗଲା

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ସଂକ୍ରମଣକୁ ରୋକିବା ପାଇଁ ବିଶ୍ବବ୍ୟାପୀ ଉଦ୍ୟମ ଜାରି ରହିଥିବା ବେଳେ ଇସ୍ରାଏଲୀ ବୈଜ୍ଞାନିକମାନେ ଏହି ଅବସରରେ ଏକ ବିରଳ ଉପଲବ୍ଧି ହାସଲ କରିପାରିଛନ୍ତି। କରୋନାଭୂତାଣୁର ପ୍ରୋଟିନ୍ ବା ଆଣ୍ଟିବଡିକୁ ପୃଥକୀକରଣ କରି ସେମାନେ ଏହାର ମୁକାବିଲା ପାଇଁ ଏକ ସକ୍ଷମ ପ୍ରତିଷେଧକ ବାହାର କରିପାରିଛନ୍ତି। ନେସ୍‌ ଜୋଏନା ସ୍ଥିତ ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ବାୟୋଲୋଜିକାଲ୍ ରିସର୍ଚ୍ଚ(ଆଇଆଇବିଆର୍) ସ୍ଥିତ ପରୀକ୍ଷାଗାରରେ ସେମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜୀବକୋଷର ପରିବର୍ଦ୍ଧିତ ରୂପ (ମନୋକ୍ଲୋନାଲ୍ ଆଣ୍ଟିବଡି)କୁ ବିକଶିତ କରିପାରିଛନ୍ତି ଯାହା କୌଣସି କୋଭିଡ୍–୧୯ ପୀଡ଼ିତଙ୍କ ଶରୀରରେ ଆସ୍ଥାନ ଜମାଇଥିବା କରୋନା ଭୂତାଣୁକୁ ପ୍ରଭାବଶୂନ୍ୟ କରିପକାଇବ। ଏହା କରୋନା ଲଢେ଼ଇ ତଥା ଇସ୍ରାଏଲ୍ ପାଇଁ ଏକ ଚମତ୍କାର ଅଗ୍ରଗତି ଏବଂ ସଂପୃକ୍ତ ପ୍ରତିଷ୍ଠାନ ଇସ୍ରାଏଲ ପାଇଁ ଗୌରବ ଆଣିଦେଇଛି ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫ୍‌ତାଲି ବେନେଟ୍ କହିଛନ୍ତି। ଆଇଆଇବିଆର୍ ପରୀକ୍ଷାଗାରରେ ଏହି ପ୍ରତିଷେଧକର ପୂର୍ଣ୍ଣ ବିକାଶ ହୋଇପାରିଛି ଏବଂ ଏହାର ସର୍ବସ୍ବତ୍ବ ସଂରକ୍ଷଣ ପତ୍ର ବା ପ୍ୟାଟେଣ୍ଟ୍ ପାଇଁ ଉଦ୍ୟମ ହେଉଛି। ଏହାପରେ ବ୍ୟାବସାୟିକ ଭାବେ ଉକ୍ତ ପ୍ରତିଷେଧକର ବହୁଳ ଉତ୍ପାଦନ ପାଇଁ ଆନ୍ତର୍ଜାତିକ ଔଷଧ ନିର୍ମାତାମାନଙ୍କୁ ଯୋଗାଯୋଗ କରାଯିବ ବୋଲି ବେନେଟ୍ ସୂଚନା ଦେଇଛନ୍ତିା

ସୂଚନାଯୋଗ୍ୟ, ଇସ୍ରାଏଲର ପ୍ରତିରକ୍ଷା ବିଜ୍ଞାନ ବିଭାଗ ଅଧୀନରେ ଥିବା ଏହି ଆଇଆଇବିଆର୍ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ଅନୁଧ୍ୟାନରେ ହିଁ ପରିଚାଳିତ। ତେବେ ଗତ ଫେବ୍ରୁଆରି ୧ ତାରିଖରେ ତତ୍କାଳୀନ ସ୍ଥିତିରେ କୋଭିଡ୍–୧୯ର ସମ୍ଭାବ୍ୟ କାୟା ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଉକ୍ତ କରୋନାଭୂତାଣୁ ପାଇଁ ଏକ ଟିକା ଉଦ୍ଭାବନ କରିବା ଲାଗି ଆଇଆଇବିଆର୍‌କୁ ନିେର୍ଦ୍ଦଶ ‌ଦେଇଥିଲେ। ସାଧାରଣତଃ କୌଣସି ଟିକା ଉଦ୍ଭାବନ କରିବା ଲାଗି ଆବଶ୍ୟକ ପଡୁଥିବା ପଶୁଙ୍କ ଠାରେ ପ୍ରାକ୍ ନୈଦାନିକ ପରୀକ୍ଷଣ, ମନୁଷ୍ୟ ଶରୀରରେ ତାହାର ନୈଦାନିକ ପରୀକ୍ଷଣ ଏବଂ ବାସ୍ତବ ବ୍ୟାବହାରିକ ପରୀକ୍ଷଣ ଭଳି ଜଟିଳ ପ୍ରକ୍ରିୟା ଜଡି଼ତ ଥିବାରୁ ଏହା ସମୟ ସାପେକ୍ଷ ହୋଇଥାଏା ଏପରିକି ସମସ୍ତ ଜ୍ଞାନକୌଶଳ ଏବଂ ଉପାଦାନ ଉପଲବ୍ଧ ଥାଇ ସୁଦ୍ଧା ଏଭଳି ଟିକାଟିଏ ପ୍ରସ୍ତୁତ କରିବା ପାଇଁ ଅତି କମ୍ରେ ବର୍ଷକରୁ ଦେଡ଼ ବର୍ଷ ଲାଗିଥାଏା ମାତ୍ର ନେତାନ୍ୟାହୁଙ୍କ ନିେର୍ଦ୍ଦଶ ମତେ ଫେବ୍ରୁଆରି ପ୍ରଥମ ସପ୍ତାହରେ ହିଁ ଜାପାନରୁ ଆବଶ୍ୟକ କରୋନାଭୂତାଣୁର ନମୁନା ଆସି ଉକ୍ତ ପରୀକ୍ଷାଗାରରେ ପହ‌ିଥିଲାା ବିଯୁକ୍ତ ୮୦ ଡିଗ୍ରି ତାପମାତ୍ରାରେ ଉକ୍ତ ନମୁନାଗୁଡି଼କୁ ପ୍ରତିରକ୍ଷା ବିଭାଗର ସ୍ବତନ୍ତ୍ର କେଣ୍ଟନରରେ ଅଣାଯାଇଥିଲାା ସେବେଠାରୁ ଆଇଆଇବିଆର୍ ବୈଜ୍ଞାନିକମାନେ ଗବେଷଣାରେ ରାତିଦିନ ଏକ କରିଦେଇଥିଲୋ ସେମାନେ ଉକ୍ତ ଭୂତାଣୁର ଜୈବିକ ଗଠନକୁ ବିଶ୍ଲେଷଣ କରି ଶେଷରେ ସେଥିରେ ନିହିତ ଥିବା ପ୍ରୋଟିନ୍କୁ ପ୍ରତିରୋଧ କଲା ଭଳି ଏକ ମନୋକ୍ଲୋନାଲ୍ ଆଣ୍ଟିବଡି ବାହାର କରିପାରିଛନ୍ତିା ସେମାନଙ୍କ ପରିଶ୍ରମର ଫଳ ଏବେ ସାରା ବିଶ୍ବ ବିନିଯୋଗ କରିବ ବୋଲି ବେନେଟ୍ କହିଛନ୍ତିା ତେବେ ଏପରି ଟିକାର ନୈଦାନିକ ପରୀକ୍ଷଣ ସରିଛି ନା ନାହିଁ ସେ ସଂକ୍ରାନ୍ତ ସବିଶେଷ ତଥ୍ୟ ମିଳିପାରିନାହିାଁ ତେଣୁ ବିଭିନ୍ନ ରାଷ୍ଟ୍ରର ଚିକିତ୍ସାବିଜ୍ଞାନୀମାନେ ମଧ୍ୟ ଇସ୍ରାଏଲର ଏପରି ଘୋଷଣାରେ ସନ୍ଦେହ ପ୍ରକଟ କରିଛନ୍ତିା

ସମ୍ବନ୍ଧିତ ଖବର