ଭାରତୀୟ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ଗୁଇନ୍ଦାଗିରି କରୁଛି ଇସ୍ରାଏଲୀ ସ୍ପାଏୱେର, ଜବାବ ତଲବ କଲା ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତର ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ଉପରେ ନଜର ରଖିଛି ଇସ୍ରାଏଲର ଏକ ସ୍ପାଏୱେର କମ୍ପାନୀ | କିଛି ଏଭଳି ସଙ୍ଗୀନ ତଥ୍ୟ ଏବେ ସାମ୍ନାକୁ ଆସିଛି | ଏ ନେଇ ହ୍ଵାଟ୍ସଆପ ପକ୍ଷରୁ ସୂଚନା ଦିଆଯାଇଛି | ହ୍ଵାଟ୍ସଆପ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ଉପରେ ଗୁଇନ୍ଦାଗିରି କରୁଥିବା କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଥିଲେ ମଧ୍ୟ କେତେଜଣଙ୍କ କ୍ଷେତ୍ରରେ ଏହା କରାଯାଇଛି ତାହା ନେଇ ସ୍ପଷ୍ଟ ଭାବେ କୁହାଯାଇନାହିଁ |

Image for Representation.

ଇସ୍ରାଏଲର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଗସସ ନାମକ ସ୍ପାଏୱେର କୌଣସି ସାଧାରଣ ଲୋକ ବ୍ୟବହାର କରନ୍ତି ନାହିଁ | ବଡ ପ୍ରଶ୍ନ ଏବେ ଉଠିଛି ଯେ ଏହାକୁ କିଏ ବ୍ୟବହାର କରିଛି | ଏହି ପେଗସସ ନାମକ ସ୍ପାଏୱେର ଗୁଇନ୍ଦା କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବାବେଳେ ଏହାର ବ୍ୟବହାର ପାଇଁ କିଏ ସବୁଜ ସଂକେତ ଦେଇଛି |

ଏଠାରେ ସୂଚନା ଥାଉ କି ହ୍ଵାଟ୍ସଆପ ପକ୍ଷରୁ ଆମେରିକା ଫେଡେରେଲ କୋର୍ଟରେ ଇସ୍ରାଏଲ ଏଜେନ୍ସି ଉପରେ ମକଦ୍ଦମା କରାଯାଇଥିଲା | ହ୍ଵାଟ୍ସଆପ ଅଭିଯୋଗ କରିଛି ଯେ ପେଗସସ ନାମକ ସ୍ପାଏୱେର ମାଧ୍ୟମରେ ଇସ୍ରାଏଲ ଏଜେନ୍ସି ୧୪୦୦ ଜଣ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛି | ଏମାନଙ୍କ ମଧ୍ୟରୁ କେତେଜଣ ଭାରତୀୟ ତାହା ନେଇ ସ୍ପଷ୍ଟ ହୋଇନାହିଁ | ତେବେ ଏହି ଘଟଣା ଜଣାପଡିବା ପରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହ୍ଵାଟ୍ସଆପକୁ ନଭେମ୍ବର ୪ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର