ଇସ୍ରାଏଲ୍ ଆକ୍ରମଣ, ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ଲେବାନନ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ଆଜି ପୂର୍ବାହ୍ନଠାରୁ ଦକ୍ଷିଣ ଲେବାନନ୍ର ସହର ଓ ଗାଁଗୁଡ଼ିକରେ ଶତ୍ରୁପକ୍ଷର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ମୁଖପାତ୍ର ଡାନିଏଲ୍ ହାଗାରି କହିଛନ୍ତି, ଲେବାନନ୍ର ବେକା ଉପତ୍ୟକା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ୍ର ଯୁଦ୍ଧବିମାନ ପ୍ରସ୍ତୁତ ଅଛନ୍ତି। ଆକ୍ରମଣର ଲକ୍ଷ୍ୟ ବେକା ଉପତ୍ୟକାରେ ଥିବା ହେଜବୁଲ୍ଲା ସଂଗଠନର ଆଡ଼ା, ସେମାନଙ୍କ ଅସ୍ତ୍ରଶସ୍ତ୍ରାଗାର ରହିଛି। ପୂର୍ବାହ୍ଣରେ ବିଣ୍ଟ୍ ଜାବୈଲ୍, ଐତାରୌନ୍, ମାଜଦାଲ୍ ସେଲିମ୍, ହୁଲା, ତୁଆରା, କିଲାଇଲେ, ନାବି ଚିତ୍, ତାରାୟା, ସେମ୍ଷ୍ଟାର, ହାରବାତା, ଲିବ୍ବାୟା ଓ ସୋମୋର ଉପରେ ଆକ୍ରମଣ କରାଯାଇଥିଲା।
ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳରେ ପରିଣତ କରିବା ପାଇଁ ଲେବାନନର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ବେରୁଟ୍, ତ୍ରିପୋଲି ସମେତ ପୂର୍ବ ଓ ଦକ୍ଷିଣ ଏସ୍ରାଏଲରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ବିଦ୍ୟାଳୟରେ ଆଶ୍ରୟ ଦେବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/viIyqRlbE02t8XPmQwI8.jpg)